Youth Killed 17 year Old Girl
ପୁଣି ୟୁପି ଆଗ୍ରାରୁ ସାମ୍ନାକୁ ଆସିଲା ଏକ ଜଘଣ୍ୟ ହତ୍ୟାକାଣ୍ଡ । ୧୭ ବର୍ଷର ଯୁବତୀଙ୍କୁ ୮ ବର୍ଷର ଭାଇ ସାମ୍ନାରେ ଜୀଅନ୍ତା ଜାଳିଦେଲା ୨୨ ବର୍ଷର ଯୁବକ । ଏହି ସମୟରେ ଘରେ କେହି ନଥିଲେ । ଯୁବତୀଙ୍କ ବାପା ଓ ମାଆ ବିଲକୁ କାମ କରିବାକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ଘରେ ପଶି ଯୁବତୀଙ୍କ ଉପରେ କିରାସିନ ଢ଼ାଳି ତାଙ୍କୁ ଜାଳି ଦେଇଛନ୍ତି ।
ଯୁବତୀଙ୍କ ଦେହରେ ନିଆଁ ଲାଗିବା ପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କୁନି ଛୁଆର ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ତୁରନ୍ତ ପୋଲିସକୁ ଖବର ଦେବା ସହ ଯୁବତୀଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ମଣିପୁର ଜିଲ୍ଲା କୋଟୱାଲି ଥାନା ଅନ୍ତର୍ଗତ ନଗଲା ପଜାବ ଗାଁରେ ମଙ୍ଗଳବାର ଦିନ ଘଟିଛି ।
ପୋଲିସ ଘଟଣାର ତଦନ୍ତ କରିବା ସହ ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଯୁବତୀଙ୍କ ଭାଇକୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା । ତେବେ କୁନି ପୁଅଟି ଯାହା ଦେଖିଥିଲା ସବୁ ପୋଲିସ ଆଗରେ ବଖାଣିବା ସହ ପଡ଼ୋଶୀ ଘରର ଯୁବକଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା । ତେବେ ଅଭିଯୁକ୍ତ ଜଣକ ଅଙ୍କିତ କୁମାର ବୋଲି ପୋଲିସ ସୂଚନା ଦେଇଛି । ଯୁବତୀ ଜଣକ ଏକାଦଶ ଶ୍ରେଣୀରେ ଛାତ୍ରୀ ।
କୁନି ପୁଅର ଅଭିଯୋଗ ଅନୁଯାୟୀ, ଘରେ କେହି ନଥିବାର ସୁଯୋଗ ନେଇ ଅଙ୍କିତ ଘରକୁ ଆସିଥିଲା । ପରେ ଯୁବତୀଙ୍କ ସହ ଦୁର୍ବ୍ୟହାର କରିଥିଲା। ଯାହାକୁ କୁନି ଭାଇ ବିରୋଧ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇପଡ଼ିଥିଲା ଅଙ୍କିତ । ଆଉ ଯୁବତୀଙ୍କ ଉପରେ କିରାସିନ୍ ଢ଼ାଳି ନିଆଁ ଲଗାଇଦେଇଥିଲା । ଅଙ୍କିତ ଅନେକ ଥର ଏହି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା । କିନ୍ତୁ ଯୁବତୀ ଜଣକ ରାଜି ହେଉନଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684401679.jpg)