Advertisment

Noida: ବିବାହ ବାହାନାରେ ପ୍ରଥମେ ଦୁଷ୍କର୍ମ, ତା'ପରେ ଧର୍ମ ପରିବର୍ତ୍ତନ ପାଇଁ ଚାପ, ଅଭିଯୁକ୍ତ ଫେରାର୍

ନୋଏଡାରେ ଜଣେ ବିବାହିତ ମହିଳାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିବା ପରେ ବିବାହ କରି ପାଇଁ ଧର୍ମାନ୍ତରୀକରଣ କରିବାକୁ ବାଧ୍ୟ କରୁଥିଲା ଜଣେ ଯୁବକ। ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଫେରାର ଅଛି।

ଅଦ୍ୟତନ ହୋଇଛି
rape

rape

Advertisment

ଉତ୍ତରପ୍ରଦେଶର ନୋଏଡାରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଜଣେ ପୁରୁଷ ବାରମ୍ବାର ଦୁଷ୍କର୍ମ କରିବା ପରେ ଏବେ ବିବାହ ପାଇଁ ତାଙ୍କୁ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଇଥିବା ଅଭିଯୋଗ ଆସିଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆସିଫ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି ଏବଂ ବିବାହ ପାଇଁ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଛନ୍ତି। ଅଭିଯୋଗ ପରେ ସେକ୍ଟର ୧୧୩ ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ବର୍ତ୍ତମାନ ଫେରାର ଥିବା ଆସିଫଙ୍କୁ ଖୋଜିବା ଆରମ୍ଭ କରିଛି।

Advertisment

ମହିଳାଙ୍କର ୨୦୧୯ ମସିହାରେ ଫରିଦାବାଦରେ ଜଣେ ଯୁବକଙ୍କ ସହିତ ବିବାହ ହୋଇଥିଲା। କିନ୍ତୁ ଏବେ ସେମାନେ ଅଲଗା ରହୁଛନ୍ତି। ଯଦିଓ ଉଭୟଙ୍କର ବିବାହ ବିଚ୍ଛେଦ ହୋଇନାହିଁ। ମହିଳା ତାଙ୍କ ସ୍ବାମୀଙ୍କ ମଦ୍ୟପାନ ଅଭ୍ୟାସ ଯୋଗୁଁ ଅତିଷ୍ଠ ହୋଇ ଯାଇଥିଲେ। ବର୍ତ୍ତମାନ ସେ ନୋଏଡାରେ ତାଙ୍କ ଝିଅ ସହିତ ଅଲଗା ରହୁଛନ୍ତି। ମହିଳା ଜଣକ ସେକ୍ଟର ୧୨୧ରେ ଆସିଫଙ୍କ ଏକ ସେଲୁନରେ କାମ କରୁଥିଲେ। ସମୟ କ୍ରମେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ସେମାନେ ଏକାଠି ରହିବା ଆରମ୍ଭ କରିଥିଲେ। ଏହାରି ମଧ୍ୟରେ ବିବାହର ପ୍ରତିଶ୍ରୁତି ଦେଇ ଆସିଫ ବାରମ୍ବାର ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। କିନ୍ତୁ ମହିଳା ଜଣକ ଯେତେବେଳେ ବିବାହ ପାଇଁ କହିଲେ, ଆସିଫ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ କହୁଥିଲେ ଏବଂ ଧର୍ମ ପରିବର୍ତ୍ତନ ନ କଲେ ବିବାହ କରିବାକୁ ମନା କରୁଥିଲେ। ଏପରିକି ଆସିଫ ତାଙ୍କୁ ଜବରଦସ୍ତି କଲମା ପଢାଉଥିଲେ ଏବଂ ମାରପିଟ ମଧ୍ୟ କରୁଥିବାର ଅଭିଯୋଗ ଆସିଛି।

ଅଧିକ ପଢ଼ନ୍ତୁ: ରିସେପସନିଷ୍ଟଙ୍କ ଚୁଟି ଟାଣି ଗୋଇଠା ମାରି ବେହାଲ କଲେ ଯୁବକ, ସିସିଟିଭିରେ କଏଦ ଦୃଶ୍ୟ

Advertisment
Rape Case False Marriage Promise Religious Conversion Noida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ