Advertisment

Force Conversion: ଧର୍ମ ପରିବର୍ତ୍ତନ କରିବାକୁ ପକାଉଥିଲେ ଚାପ, ମାମଲା ରୁଜୁ ପରେ ଫେରାର୍

ବିବାହ ପାଇଁ ମିଛ ପ୍ରତିଶ୍ରୁତି। ୩୦ ବର୍ଷୀୟ ମହିଳାଙ୍କୁ କରୁଥିଲେ ବାରମ୍ବାର ଦୁଷ୍କର୍ମ। ବିବାହ କରିବାକୁ କହିବାରୁ ଧର୍ମ ପରିବର୍ତ୍ତନ କରିବାକୁ ଦେଉଛନ୍ତି ଚାପ। ମାମଲା ରୁଜୁ ପରେ ଯୁବକ ଫେରାର୍। ପୋଲିସ୍ କରୁଛି ତଦନ୍ତ।

ଅଦ୍ୟତନ ହୋଇଛି
ଧର୍ମ ପରିବର୍ତ୍ତନ ପାଇଁ ଚାପ

ଧର୍ମ ପରିବର୍ତ୍ତନ ପାଇଁ ଚାପ

Advertisment

ଏମିତି ଏକ ସାଂଘାତିକ ଖବର ଆସିଛି ତ୍ତରପ୍ରଦେଶର ନୋଏଡାରୁ। ଜଣେ ୩୦ ବର୍ଷୀୟ ମହିଳାଙ୍କ ସହ ଘଟିଛି ଏହି ଘଟଣା। ଜଣେ ମୁସଲମାନ୍ ପୁରୁଷ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲେ ଆଉ ଏବେ ଯେତେବେଳେ ବିବାହ କଥା ଉଠୁଛି ସେ ତାଙ୍କୁ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି।

Advertisment

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆସିଫ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି ଏବଂ ବିବାହ ପାଇଁ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଛନ୍ତି। ଅଭିଯୋଗ ପରେ ନୋଏଡାର ସେକ୍ଟର ୧୧୩ ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ବର୍ତ୍ତମାନ ଫେରାର ଥିବା ଆସିଫ୍‌ଙ୍କୁ ଖୋଜିବା ଆରମ୍ଭ କରିଛି।

ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ୨୦୧୯ ମସିହାରେ ଫରିଦାବାଦରେ ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ବିବାହ ବିଚ୍ଛେଦ ହୋଇ ନଥିଲେ ମଧ୍ୟ ଏବେ ସେମାନେ ଅଲଗା ରହୁଛନ୍ତି। ମହିଳାଙ୍କ କହିବା କଥା, ସେ ତାଙ୍କ ସ୍ୱାମୀଙ୍କ ମଦ୍ୟପାନ ଅଭ୍ୟାସ ଯୋଗୁଁ ଅତିଷ୍ଠ ହୋଇ ଯାଇଥିଲେ ଆଉ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ମହିଳା ଜଣକ ନୋଏଡାରେ ତାଙ୍କ ଝିଅ ସହିତ ରହିଥିଲେ ଆଉ ସେକ୍ଟର ୧୨୧ରେ ଥିବା ଆସିଫଙ୍କ ଏକ ସେଲୁନ୍‌ରେ ମଧ୍ୟ କାମ କରିବା ଆରମ୍ଭ କରିଥିଲେ। ଏହାରି ଭିତରେ ଉଭୟଙ୍କ ମନ ମିଶିଲା ଓ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ପରେ ସେମାନେ ଏକାଠି ରହିବା ଆରମ୍ଭ କରିଥିଲେ।

ଆସିଫ୍ ବିବାହର ପ୍ରତିଶ୍ରୁତି ଦେଉଥିଲେ ଆଉ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବାର ଫାଇଦା ନେଉଥିଲେ। ମହିଳା ଜଣକ ଯେତେବେଳେ ବିବାହ ପାଇଁ କହୁଥିଲେ, ଆସିଫ ତାଙ୍କୁ ଧର୍ମ ପରିବର୍ତ୍ତନ କରି ଇସ୍‌ଲାମ୍ ହେବା ପାଇଁ ଚାପ ପକାଉଥିଲେ, ଆଉ ଧର୍ମ ପରିବର୍ତ୍ତନ ନ କଲେ ବିବାହ ହୋଇପାରିବ ନାହିଁ ବୋଲି କହୁଥିଲେ। ଖାଲି ଏତିକି ନୁହେଁ ଆସିଫ ତାଙ୍କୁ ଜବରଦସ୍ତି କଲମା ପଢାଉଥିଲେ ଏବଂ ମାରପିଟ ମଧ୍ୟ କରୁଥିବା ଅଭିଯୋଗ ହୋଇଛି।

Advertisment

ସେକ୍ଟର-୧୧୩ ଥାନା ପ୍ରଭାରୀ କହିଛନ୍ତି ଯେ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଏବେ ଫେରାର୍ ଅଛି ଏବଂ ତାକୁ ଖୋଜା ଚାଲିଛି। ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ।

(ବ୍ୟୁରୋ ରିପୋର୍ଟ୍, ଓଟିଭି)

Rape Case Woman Raped Islam Conversion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ