ପୋଲ ଉପରେ ବାଇକ୍ ଥୋଇଲେ, ତା’ପରେ ନଈକୁ ଡେଇଁ ପଡ଼ିଲେ ବାପ-ଝିଅ

ବୈତରଣୀ ସେତୁରୁ ନଦୀକୁ ଡେଇଁ ବାପ-ଝିଅ ନିଖୋଜ..ଭଣ୍ଡାରୀପୋଖରୀ ଥାନା ଆଖୁଆପଦାର ଘଟଣା

Tragic incident

ବୈତରଣୀ ସେତୁରୁ ନଦୀକୁ ଡେଇଁ ବାପ-ଝିଅ ନିଖୋଜ। ଭଦ୍ରକ ଭଣ୍ଡାରୀପୋଖରୀ ଥାନା ଆଖୁଆପଦା ବୈତରଣୀ ସେତୁ ଉପରେ ଗତକାଲି ରାତିରେ ଘଟିଛି ଏହି ଘଟଣା। ତେବେ କେଉଁଥି ପାଇଁ ବାପ-ଝିଅ ଏପରି ଚରମ ପଦକ୍ଷେପ ନେଇଛନ୍ତି, ସେସମ୍ପର୍କରେ ଜଣାପଡ଼ି ନାହିଁ ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ଏକ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ବାଇକ୍, ମୋବାଇଲ୍ ଓ ଜୋତା ରଖି ଦୁହେଁ ନଦୀକୁ ଡେଇଁ ପଡ଼ିଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍, ଦମକଳ ବାହିନୀ ପହଞ୍ଚି ଥିଲେ ବି ଅନ୍ଧାର ପାଇଁ ଖୋଜା ଖୋଜି ନକରି ଫେରି ଆସିଥିଲେ ।

 

ଆଜି ସକାଳୁ ଖୋଜା ଖୋଜି ପୁଣି ଆରମ୍ଭ ହୋଇଛି । ଚନ୍ଦନଙ୍କ ପତ୍ନୀଙ୍କର ଏକ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ କାରଣ ଜଣାପଡିନାହି।