• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମିକ ପ୍ରବର ଦିଅରର ଉନ୍ମତ୍ତ କାଣ୍ଡ । ଅବୈଧ ସମ୍ପର୍କ ପାଇଁ ସ୍ତ୍ରୀ ଓ କୁନି ପୁଅର ଜୀବନ ନେବାକୁ ବି ପଛାଇଲାନି । ବିହାରର ହାଜିପୁରରେ ଦିଅର ଭାଉଜ ମିଶି ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି । ଭାଉଜ ପ୍ରେମରେ ପାଗଳ ଯୁବକ ନିଜ ସ୍ତ୍ରୀ ଓ ପୁଅର ତଣ୍ଟି କାଟି ହତ୍ୟା କରିବା ପରେ ଘରୁ ଠାରୁ ୧୦ କିଲୋମିଟର ଦୂରରେ ଥିବା ବୁଦା ଭିତରକୁ ଫିଙ୍ଗି ଦେଇଥିଲା । ତା’ପରେ ମୃତଦେହ ଉପରେ ଏସିଡ ପକାଇ ନଷ୍ଟ କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲା ।

ହତ୍ୟାକାଣ୍ଡର ୧୪ ଦିନ ପରେ ମା ଏବଂ ପୁଅର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ମୃତଦେହ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଆଉ ମୃତଦେହର ଅବସ୍ଥା ଦେଖି ତୁରନ୍ତ ଫରେନସିକ୍ ଟିମକୁ ଡକାଇ ଛାନଭିନ୍‌ ଆରମ୍ଭ କରିଥିଲା ।

ବୁଦାରୁ ଏକ ସଙ୍ଗେ ମିଳିଲା ଦୁଇ ଶବ

ହାଜିପୁରର ଜନ୍ଦାହା ଥାନା ଅନ୍ତର୍ଗତ ଧଡୁଆ ଗାଁରୁ ଏପ୍ରିଲ ୮ ଶନିବାର ଦିନ ବୁଦା ଭିତରେ ଦୁଇଟି ଅଧାପୋଡ଼ା ମୃତଦେହ ଦେଖିବାକୁ ମିଳିଥିଲା । ଏହି ଖବର ସ୍ଥାନୀୟ ଅଞ୍ଚଳରେ ନିଆଁ ପରି ବ୍ୟାପିଗଲା । ଏନେଇ ସ୍ଥାନୀୟ ପୋଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା । ତେବେ ଛାନଭିନର ପ୍ରାରମ୍ଭରେ ମୃତଦେହ ଚିହ୍ନଟ ହୋଇ ପାରୁନଥିଲା । ଏଥିପାଇଁ ପୋଲିସ ଏବଂ ଫୋରେନସିକ୍ ଟିମ୍ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲ ହାଜିପୁରକୁ ପଠାଇ ଦେଇଥିଲେ । ତେବେ ପୋଷ୍ଟମର୍ଟମ କରିବା ପୂର୍ବରୁ ମୃତକଙ୍କ ସମ୍ପର୍କୀୟମାନେ ପୋଷାକରୁ ଉଭୟ ମହିଳା ଏବଂ କୁନି ଶିଶୁକୁ ଚିହ୍ନଟ କରିଥିଲେ । ମୃତକ ମହିଳା ଜଣକ ଚଞ୍ଚଲ କୁମାରୀ ଏବଂ କୁନି ପୁଅ ଆଶିଷ କୁମାର ବୋଲି ଚିହ୍ନଟ କରାଯାଇଥିଲା ।

ମୃତଦେହର ପରିଚୟ ମିଳିବା ପରେ ଚଞ୍ଚଳ କୁମାରୀଙ୍କ ବାପା ପପୁ ଠାକୁର ଚାଞ୍ଚଲ୍ୟକର ଖୁଲାସା କରିଥିଲେ । ମାର୍ଚ୍ଚ ୨୪ ତାରିଖ ରାତିରେ ଝିଅ ଓ ଜ୍ୱାଇଁ ମଧ୍ୟରେ ଝଗଡ଼ା ହୋଇଥିଲେ । ଅଭିଯୁକ୍ତ ଶ୍ୱଶରୁଙ୍କୁ ଫୋନ୍‌ କରି ଧମକ ଦେଇ କହିଥିଲେ, ତୁମ ଝିଅକୁ ମୁଁ ଜୀବନରୁ ମାରିଦେବି ।

ଘରେ ନଥିଲେ ଝିଅ ଓ ନାତି

ତେବେ ଏହି ଘଟଣା ପରେ ୨୬ ତାରିଖ ଦିନ ମୃତ ମହିଳାଙ୍କ ବାପା ଝିଅ ଘରେ ପହଞ୍ଚିଥିଲେ । ହେଲେ ସେଠାରେ ଝିଅ ଓ ନାତିକୁ ଦେଖିବାକୁ ପାଇନଥିଲେ । ଜ୍ୱାଇଁକୁ ଏସମ୍ପର୍କରେ ପଚାରିବାରୁ ସେ ଗାଳିଗୁଲଜ କରିବା ସହ ଘରୁ ବାହାର କରିଦେଇଥିଲେ । ସେମାନେ କୁଆଡ଼େ ଯାଇଛନ୍ତି ଜାଣିନି ବୋଲି କହିବା ସହ ତୁମର ଯଦି ଦରକାର ଅଛି ତେବେଖୋଜ ବୋଲି କହିଥିଲା ଅଭିଯୁକ୍ତ । ଶେଷରେ ନାତି ଓ ଝିଅକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ ପପୁ ଠାକୁର । ହେଲେ ଥାନା ବାବୁ ଅଭିଯୋଗ ରଖିବା ପରିବର୍ତ୍ତେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ।

ମୃତକଙ୍କ ମା ଅଭିଯୋଗ କରିଛନ୍ତି , ଜ୍ୱାଇଁର ତା’ ଭାଉଜ ସହ ଅନୈତିକ ସମ୍ପର୍କ ଥିଲା । ଏହି କାରଣରୁ ଚଞ୍ଚଲ କୁମାରୀ ଏବଂ ନାତି ଆଶିଷ କୁମାରର ଗଳା କାଟି ହତ୍ୟା କରିବା ପରେ ଏସିଡ୍ ପକାଇ ପୋଡ଼ି ଦେଇଛି ଜ୍ୱାଇଁ । ତୁରନ୍ତ ତାକୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଦାବି କରାଯାଇଛି ।