Man kills wife, ends life over suspected marital feud
ସ୍ୱାମୀ ପାଲଟିଲା ପିଶାଚ । ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ କଲା ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଣ୍ଟ ସମଲେଇ ଗାଁରେ ଘଟିଛି ଏହି ଘଟଣା । ଉଭୟ ମୃତକ ସ୍ୱାମୀ-ସ୍ତ୍ରୀ ଘାସି ତଅଲା ଓ କୁନ୍ତୀ ତଅଲା ବୋଲି ଜଣାପଡିଛି ।
ଦମ୍ପତ୍ତିଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ, ମଦ ନିଶାରେ ଘାସି ପତ୍ନୀ କୁନ୍ତୀଙ୍କୁ ପିଟିପିଟି ମାରିଦେଇଛନ୍ତି । ଯାହାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଯାହା ପରେ ପୋଲିସ୍ ଆସି ଛାନ୍ଭିନ୍ନ କରିଥିଲା । ପ୍ରାଥମିକ ଅବସ୍ଥାରେ ଘାସିର ପତ୍ତା ମିଳୁ ନଥିଲା ହେଲେ ପରେ ଘର ବାଡ଼ିପଟେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।
ତେବେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିବା ପରେ ଘାସି ବିଷ ପିଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଥିବା ବେଳେ ପୋଲିସ୍ ଉଭୟଙ୍କ ଶବକୁ ଜବତ୍ କରି ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us