Advertisment

ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ଅଭିଯୁକ୍ତ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Hyderabad Crime News

man kills wife after she refuses to have sex

ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହାଇଦ୍ରାବାଦରେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ୍‌ ସୂଚନା ଅନୁସାରେ, ମେ’ ୨୦ରେ ଏହି ଘଟଣା ଘଟିଥିଲା। ହେଲେ ୧୦ ଦିନ ପରେ ଏହା ଜଣାପଡ଼ିଥିଲା। ଯେତେବେଳେ ସମ୍ପୃକ୍ତ ବ୍ୟକ୍ତି ନିଜ ଅପରାଧ ସ୍ୱୀକାର କରିଥିଲା।

Advertisment

ସୂଚନା ଅନୁସାରେ, ୨୦ ବର୍ଷ ବୟସରେ ଅଭିଯୁକ୍ତ ଜଣକ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରୟାସ କରିଥିଲା। ଯିଏକି ମାସକ ପୂର୍ବେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ବ୍ୟକ୍ତି ଜଣକ ଶାରୀରିକ ସମ୍ପର୍କ ରଖିବା ସ୍ତ୍ରୀଙ୍କୁ କହିଥିଲା। ହେଲେ ସେ ମନା କରି ଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ବ୍ୟକ୍ତି ସ୍ତ୍ରୀକୁ ହତ୍ୟା କରିଥିଲା।

ହତ୍ୟା ପରେ ଅଭିଯୁକ୍ତ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ମହିଳାଙ୍କ ବେକରେ କିଛି ନଖ ଚିହ୍ନ ଥିବା ଦେଖିବାକୁ ମିଳିଥିଲା। 

Advertisment

ଅଭିଯୁକ୍ତ ଅପରାଧ ସ୍ୱୀକାର କରିବା ପରେ ପୋଲିସ୍‌ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। 

Murder Murder Case
Advertisment
Advertisment