Advertisment

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଆତ୍ମହତ୍ୟା ପରେ ପରେ ଝୁଲି ପଡ଼ିଲେ ସ୍ୱାମୀ

ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ପରେ ସ୍ୱାମୀ କଲେ ଆତ୍ମହତ୍ୟା । ଫଳରେ ଗୋଟିଏ ପରିବାରରୁ ଏକା ଦିନେ ଲିଭିଯାଇଛି ଦୁଇଟି ଜୀବନଦୀପ ।

ଅଦ୍ୟତନ ହୋଇଛି
Man kills self

Man kills self

Advertisment

ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ପରେ ସ୍ୱାମୀ କଲେ ଆତ୍ମହତ୍ୟା । ଫଳରେ ଗୋଟିଏ ପରିବାରରୁ ଏକା ଦିନେ ଲିଭିଯାଇଛି ଦୁଇଟି ଜୀବନଦୀପ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବାଲିଆପଦର ଗାଁରେ । ମୃତକ ହେଲେ ଜିନୁ ପରଜା ଏବଂ ତାଙ୍କ ପତ୍ନୀ ରୁକ୍ମଣୀ ପରଜା I

Advertisment

ସୂଚନା ଅନୁଯାୟୀ, ଜିନୁ ନିଜ ତିନି ପୁଅ ଓ ସ୍ତ୍ରୀକୁ ନେଇ ପରିବାର ସହ ବେଶ ଖୁସିରେ ରହୁଥିଲେ । ଗତକାଲି କୌଣସି କଥାକୁ ନେଇ ରୁକ୍ମଣୀଙ୍କ ସହ ଜିନୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଘର ଭିତରେ ପଶିଯାଇ କବାଟ ବନ୍ଦ କରିଦେଇଥିଲେ ସ୍ତ୍ରୀ I କିଛି ସମୟ ପରେ କବାଟ ନ ଖୋଲିବାରୁ ପରିବାର ଲୋକେ ଆସି କବାଟ ତାଡି ଦେଖିବାବେଳକୁ ସେ ଏକ ଗାମୁଛା ବେକରେ ଗୁଡ଼ାଇ ଝୁଲି ପଡ଼ିଥିଲେ I ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ତଳକୁ ଓହ୍ଲାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ସ୍ୱାମୀଙ୍କୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Odisha News Koraput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ