Advertisment

ଧାର ଟଙ୍କା ମାଗିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଦ୍ୱାରିକୁ ଲୋକମାନେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଅମିତର ଘର ଲୋକଙ୍କୁ ବିକାଶ ନିଜେ ଫୋନ କରି ସେ ମଦ୍ୟପାନ କରି ଦୁର୍ଘଟଣା ହୋଇଥିବା କଥା କହି ଡକାଇଥିଲା।

ଅଦ୍ୟତନ ହୋଇଛି
Man kills friend over debt money in Bhubaneswar

Man kills friend over debt money in Bhubaneswar

Advertisment

ଧାର ଟଙ୍କା ମାଗିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ। ଆଉ ଏକ ସାଙ୍ଗକୁ କଲା ଲହୁଲୁହାଣ। ସବୁ ଘଟଣାକୁ ଲୁଚାଇ ରଖି ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତ କରିଥିଲା ନାଟକ। ହେଲେ ସବୁ ପୋଲ ଖୋଲିଦେଲା ପୋଷ୍ଟମର୍ଟମ ରିପୋର୍ଟ। ଘଟଣାର ଦୀର୍ଘ ୮ ଦିନ ପରେ ମିଛ ଉପରୁ ଫର୍ଦ୍ଦ ହଟିବା ପରେ ଅଭିଯୁକ୍ତକୁ ଗିରଫ କରିଛି ଖଣ୍ଡଗିରି ପୋଲିସ। ହତ୍ୟା ଅଭିଯୁକ୍ତ ହେଲା ସିରିପୁର ଶବରସାହିର ବିକାଶ ମହାପାତ୍ର। ବିକାଶକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ
କରିଛି।

Advertisment

ଘଟଣା ଥିଲା କିଛି ଏମିତି। ବିକାଶ, ଅମିତ ଓ ଲକ୍ଷ୍ମଣ ଓରଫ ଦ୍ୱାରି ଥିଲେ ୩ ସାଙ୍ଗ। ବିକାଶ ଏକ ପାନ ଦୋକାନ କରିଥିବା ବେଳେ ଅମିତଠାରୁ କିଛି ଟଙ୍କା ଧାର ନେଇଥିଲା। ସବୁ ଟଙ୍କା ସୁଝି ଦେଇଥିଲେ ମଧ୍ୟ ଆଉ ୨୦ ହଜାର ଟଙ୍କା ସୁଝୁନଥିଲା। ବାକି ଟଙ୍କା ମାଗିବା ପାଇଁ ଗତ ୨୧ ତାରିଖ ସଂଧ୍ୟାରେ ଅମିତ ଓ ଦ୍ୱାରି ମିଶି ବିକାଶର ଦୋକାନ ନିକଟକୁ ଯାଇଥିଲେ। ଯେଉଁଠି ସେମାନଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା। ଓଲଟା ଟଙ୍କା ନ ଦେବାକୁ କହି ବିକାଶ ଉଭୟ ଦ୍ୱାରି ଓ ଅମିତକୁ ମାଡ ମାରିଥିଲା।

ଉଭୟେ ଲହୁଲୁହାଣ ହୋଇ ପଡିଥିବ ବେଳେ ଲୋକ ଆସିଯିବା ଦେଖି ଦୋକାନ କଡରେ ଲୁଚିପଡିଥିଲା ବିକାଶ। ଦ୍ୱାରିକୁ ଲୋକମାନେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଅମିତର ଘର ଲୋକଙ୍କୁ ବିକାଶ ନିଜେ ଫୋନ କରି ସେ ମଦ୍ୟପାନ କରି ଦୁର୍ଘଟଣା ହୋଇଥିବା କଥା କହି ଡକାଇଥିଲା। ପରେ ହସ୍ପିଟାଲରେ ଅମିତର ମୃତ୍ୟୁ ଘଟିଥିଲା। ସବୁ ସମୟରେ ଅଭିଯୁକ୍ତ ବିକାଶ ଉପସ୍ଥିତ ରହି ଅମିତର ଭଲ ବନ୍ଧୁଭାବେ ମନଦୁଃଖ କରିବା ସହ ପୋଲିସକୁ ସାହାଯ୍ୟ କରୁଥିଲା। ହେଲେ ୭ ଦିନ ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୋଲିସ ଚକିତ ହୋଇଯାଇଥିଲା। 

Advertisment

ପୋଷ୍ଟମର୍ଟ ରିପୋର୍ଟ କହୁଛି ଅମିତିକୁ ହତ୍ୟା କରାଯାଇଛି । ଆଉ ଠିକ ଏହି ସମୟରେ ଅନ୍ୟା ଜଣେ ଆହତ ସାଙ୍ଗ ଦ୍ୱାରିକୁ ଖୋଜି ପାଇଥିଲା ପୋଲିସ। ଦ୍ୱାରିରର ବୟାନ ଆଧରରେ ବିକାଶକୁ ଗିରଫ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା।

Man Kills Friend
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ