Advertisment

୪ ବର୍ଷ ପୁଅକୁ ମାରି ଟାଙ୍ଗିଦେଲା ବାପା !

ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

Murder

Murder

Advertisment

ଜନ୍ମଦାତା ସାଜିଲା ହତ୍ୟାକାରୀ । ୪ ବର୍ଷର ପୁଅକୁ ମାରି ଝୁଲାଇ ଦେଲା ବାପା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରୁ। ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

Advertisment

ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବାପାକୁ ଅଟକ ରଖିଥିଲେ ଗ୍ରାମବାସୀ। ପତି-ପତ୍ନୀଙ୍କ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ପୋଲିସ ପହଞ୍ଚି ଏହି ମାମଲାର ତଦନ୍ତ କରୁଛି।

Advertisment
Murder Odisha Rourkela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ