/odishatv-khabar/media/post_attachments/uploadimage/library/16_9/16_9_0/____1681620058.jpg)
Man Killed Wife 2 Children Then Dies By Suicide In Kanpur
ସ୍ତ୍ରୀ, ପିଲାଙ୍କୁ ମାରି ନିଜେ ଜୀବନ ହାରିଲେ ! ସ୍ତ୍ରୀର ପରକୀୟା ପ୍ରୀତି ଥିବା ସନ୍ଦେହ କରି ଜଣେ ୪୦ ବର୍ଷୀୟ ବ୍ୟକ୍ତି ସ୍ତ୍ରୀ ଓ ନିଜର ୨ ପିଲାଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କାନପୁର ଦେହାତ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ବ୍ୟକ୍ତି ଜଣକ ସ୍ତ୍ରୀ ଓ ୨ ପିଲାଙ୍କୁ ହତ୍ୟା ପରେ ନିଜେ ଜୀବନ ହାରିଥିଲେ।
ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ଇନ୍ଦ୍ରପାଲ ନିଶାଦ ବୋଲି ଜଣାପଡ଼ିଛି। ଗୁଜରାଟର ଏକ ଫ୍ୟାକ୍ଟ୍ରିରେ ସେ କାମ କରୁଥିଲେ। ଇନ୍ଦ୍ରପାଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ପୁଅ ଏବଂ ଝିଅର ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ପଡ଼ିଥିଲା। ସେମାନଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।
ଫୋରେନସିକ୍ ଏକ୍ସପର୍ଟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, କିଛିଦିନ ପୂର୍ବେ ଇନ୍ଦ୍ରପାଲ ଗୁଜରାଟରୁ ଘରକୁ ଫେରିଥିଲେ। ଶନିବାର ସନ୍ଧ୍ୟାରେ ସେ ସ୍ତ୍ରୀ ଓ ପିଲାଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହାପରେ ନିଜେ ଆତ୍ମହତ୍ୟା କରିଥିଲେ। ସୂଚନାଥାଉ କି, ଶୁକ୍ରବାର ଦିନ ଇନ୍ଦ୍ରପାଲ ଫେସ୍ବୁକ୍ରେ ଲାଇଭ୍ କରି ଅନ୍ୟ ଜଣେ ପୁରୁଷଙ୍କ ସହ ସ୍ତ୍ରୀର ପରକୀୟା ପ୍ରୀତି ଥିବା ଅଭିଯୋଗ ଆଣିଥିଲେ। ଏହାପରେ ଶନିବାର ଦିନ ଇନ୍ଦ୍ରପାଲ, ତାଙ୍କ ସ୍ତ୍ରୀ ଓ ୨ ପିଲାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।
ପୋଲିସ୍ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)