Advertisment

ପାରିବାରିକ ବିବାଦ! ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦେଢଶୂର

ଗତକାଲି ରାତିରେ ପୂର୍ଣ୍ଣିମା ଓ ପୁଅ ୟେଂଶୁ ଘରେ ଶୋଇଥିଲେ। ଘରେ ପୂର୍ଣ୍ଣିମାଙ୍କ ସ୍ୱାମୀ ନଥିଲେ। ଦେଢଶୂର ଲୋଚନ କବାଟ ଭାଙ୍ଗି ଘରେ ପଶିଥିଲା। ପ୍ରଥମେ ପୂର୍ଣ୍ଣିମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।

ଅଦ୍ୟତନ ହୋଇଛି
mother son duo killed by brother in law in sambalpur

Murder

Advertisment

ମା' ଓ ପୁଅଙ୍କୁ ବୀଭତ୍ସ ହତ୍ୟା। ସମ୍ବଲପୁର ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଘଟିଛି ହତ୍ୟାକାଣ୍ଡ। ଘରେ ପଶି ମାଆ ସହ ଦେଢ଼ ବର୍ଷର ପୁଅକୁ ହତ୍ୟା କରାଯାଇଛି। ଭାଇବୋହୂ ସହ ପୁତୁରାକୁ ଟାଙ୍ଗିଆରେ ହାଣି ମାରିଛି ଦେଢ଼ଶୂର। ଗତକାଲି ବିଳମ୍ବିତ ରାତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ୍ ଓ ତାଙ୍କ ଦେଢବର୍ଷର ପୁଅ ୟେଂଶୁ ପିଙ୍ଗ୍।

Advertisment

ଗତକାଲି ରାତିରେ ପୂର୍ଣ୍ଣିମା ଓ ପୁଅ ୟେଂଶୁ ଘରେ ଶୋଇଥିଲେ। ଘରେ ପୂର୍ଣ୍ଣିମାଙ୍କ ସ୍ୱାମୀ ନଥିଲେ। ଦେଢଶୂର ଲୋଚନ କବାଟ ଭାଙ୍ଗି ଘରେ ପଶିଥିଲା। ପ୍ରଥମେ ପୂର୍ଣ୍ଣିମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପରେ ପୂର୍ଣ୍ଣିମାଙ୍କ ପାଖରେ ଶୋଇଥିବା ଛୋଟ ପୁଅ ୟେଂଶୁ କାନ୍ଦିବାରୁ ତାଙ୍କୁ ମଧ୍ୟ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ହତ୍ୟାକାଣ୍ଡ ଘଟାଇ ସେଠାରୁ ଫେରାର୍ ମାରିଥିଲା ଅଭିଯୁକ୍ତ।

ଅଧିକ ପଢ଼ନ୍ତୁ: ଆସିଲା ଅଧିକ ଇଲେକ୍ଟ୍ରିକ୍ ବିଲ୍; ରାଗରେ ମହିଳା ଟେକ୍ନିସିଆନଙ୍କୁ ହାଣିଦେଲେ

Advertisment

ଏନେଇ ପାଖ ପଡୋଶୀ ଓ ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତ ଲୋଚନ ପିଙ୍ଗକୁ ଅଟକ ରଖିଛି।ତେବେ ସେ କାହିଁକି ଭାଇବୋହୂ ଓ ପୁତୁରାକୁ ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Murder Murder Case Crime In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ