Astrospeak
  • Live TV
  • Read In English

Son Killed Father: ଏମିତି ପୁଅ କାହାକୁ ନ ମିଳୁ, ମଦ ପିଇବାକୁ ତାଗିଦ୍ କରିବାରୁ...

ହାତୁଡ଼ିରେ ପିଟି ପିଟି ବାପାକୁ ହତ୍ୟା କଲା ମଦ୍ୟପ ପୁଅ । ରାତି ଅଧରେ ମଦ ପିଅ ଘରକୁ ଫେରିବାରୁ ତାଗିଦ୍ କରିଥିଲେ ବୃଦ୍ଧ ବାପା । ଏଥିରେ ଉତ୍ୟକ୍ତ ହୋଇ ଅଭିଯୁକ୍ତ ଘଟାଇଲା ନାରକୀୟ କାଣ୍ଡ । ପଢନ୍ତୁ ପୁରା ଖବର

Son Killed Father
ବାପାକୁ ହତ୍ୟା

ପୁଅ ପାଲଟିଲା ପିତୃହନ୍ତା । ହାତୁଡିରେ ପିଟି ପିଟି ବୃଦ୍ଧ ବାପାର ଜୀବନ ନେଲା । ଦୋଷ ଏତିକି ଥିଲା, ମଦ ପିଇ ରାତିଅଧରେ ଘରକୁ ଫେରିବାରୁ ପୁଅକୁ ତାଗିଦ୍ କରିଥିଲେ ବୁଢା ବାପା । ଏତିକିରେ ମଦ୍ୟପ ପୁଅ ମୁଣ୍ଡରେ ପିତ ଚଢିଗଲା । ରାଗରେ ଅନ୍ଧ ହୋଇ ହାତୁଡିରେ ପିଟି ହତ୍ୟା କଲା ବାପାକୁ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲାମପଦ ଗାଁରେ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ ।  

ଅଧିକ ପଢ଼ନ୍ତୁ: ପୁଅକୁ ମାରି ଟାଙ୍ଗିଦେଲା ବାପା! ବୁକୁ ଫଟେଇ ବାହୁନି କାନ୍ଦୁଛି ମା’...

ମୃତ ବୃଦ୍ଧଙ୍କ ନାମ ଡାକେଣା ଦିଗାଲ ଏବଂ ବୟସ 65 ବର୍ଷ । ଅଭିଯୁକ୍ତ ପୁଅର ନାମ ସୁରଜ ଦିଗାଲ । ମୃତକଙ୍କ ପତ୍ନୀ ଥାନାରେ ଦେଇଥିବା ଏତଲା ଅନୁସାରେ, ବିଳମ୍ବିତ ରାତିରେ ସୁରଜ ପ୍ରଚୁର ମଦ୍ୟପାନ କରି ଘରକୁ ଆସିଥିଲା । ଏହି ସମୟରେ ବାପା ଡ଼ାକେଣା ଦିଗାଲ ପୁଅକୁ ଏତେ ରାତି ହେଲାଣି କେଉଁଆଡ଼େ ମଦ ପିଉଥିଲୁ ବୋଲି ତାଗିଦ୍ କରିଥିଲେ । ଏଥିରେ ପୁଅ ସୁରଜ ଦିଗାଲ ଉତକ୍ଷିପ୍ତ ହୋଇ ଏକ ହାତୁଡ଼ିରେ ନିଜ ବାପାର ମୁଣ୍ଡକୁ ପିଟିଥିଲା । 

ବୃଦ୍ଧ ଜଣକ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ହେଲେ ଅଟକି ନଥିଲା ଜହ୍ଲାଦ ପୁଅର ହାତ । ସେ ବାରମ୍ବାର ବାପା ମୁଣ୍ଡକୁ ନିର୍ମମ ଭାବେ ହାତୁଡିରେ ପିଟିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ବୃଦ୍ଧଙ୍କ ଜୀବନ । ପାଟି ଶୁଣି ସୁରଜର ମାଆ ଆସି ପହଞ୍ଚିବା ବେଳକୁ ଡାକେଣାଙ୍କ ମୃତ୍ୟୁ ହୋଇସାରିଥିଲା । ଏନେଇ ସେ ଫିରିଙ୍ଗିଆ ଥାନାରେ ପହଞ୍ଚି ପୁଅ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରଜ ଦିଗାଲକୁ ଗିରଫ କରିଛି ।

ଅଧିକ ପଢ଼ନ୍ତୁ: ବାହାଘର ଆଳରେ ଓଡ଼ିଶାରୁ ଯାଇ ଆନ୍ଧ୍ରରେ କରୁଥିଲେ ଲୁଟ୍; ବାନ୍ଧିଲା ପୋଲିସ୍