• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ, ପ୍ରତାରଣାର କରୁଣ ପରିଣତି । ମିଠା ମିଠା କଥାରେ ମନ କିଣି ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରଥମେ ପ୍ରଥମେ ସବୁ କିଛି ଭାରି ଭଲ ଲାଗୁଥିଲା । ହେଲେ ପ୍ରାୟ ଆଠ ବର୍ଷ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କ ରହିବା ପରେ ଶେଷରେ ନିଜ ରାସ୍ତା ଅଲଗା କରିନେଇଥିଲା ପ୍ରେମିକ । ଏଥିରେ ଉତକ୍ଷିପ୍ତ ହୋଇ ରକ୍ତମୁଖା ସାଜିଥିଲା ଦିନେ ଭଲ ପାଇବାର ଦ୍ୱାହି ଦେଉଥିବା ପ୍ରେମିକା । ଶେଷରେ ଯୋଜନାବନ୍ଧ ଭାବରେ ନୂଆ ପ୍ରେମିକ ସହ ମିଶି ପ୍ରେମିକକୁ ହତ୍ୟା କରିଛନ୍ତି ଯୁବତୀ । ଗୁଜରାଟର ଛୋଟା ଉଦୟପୁର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ଯୁବକଙ୍କୁ ହତ୍ୟା କରିବା ପରେ ମୃତଦେହକୁ କେନାଲରେ ଫିଙ୍ଗିଦେଇଥିଲେ ଦୁଇ ଅଭିଯୁକ୍ତ । ଏ ସମ୍ପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମୋଟର୍ମ ପାଇଁ ପଠାଇ ଦେଇଥିଲା ପୋଲିସ୍ ।

ମୃତ ଯୁବକ ଜଣକ ହେଲେ ଦୁମାଲୀ ଗାଁର ନୀଲେଶ ଇଶାକ୍ । ନୀଲେଶଙ୍କ ଭାଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଭାଇ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଛାନଭିନ୍‌ ଆରମ୍ଭ କରିଥିଲା ପୋଲିସ୍ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିଛି, ନୀଲେଶଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଏହା ପରେ ଶବକୁ କେନାଲକୁ ଫିଙ୍ଗି ଦିଆଯାଇଥିଲା । ମୃତକଙ୍କ ପରିବାରଙ୍କ ଅନୁସାରେ ପାଖ ଗାଁର ବାସିନ୍ଦା ଶ୍ରେୟସ୍ ଓରଫ୍‌ ‌ଅପୁ ସୋନି ଏବଂ ଜୟା ରାଠୱା ତାଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଥିଲେ ।

ନୂଆ ପ୍ରେମିକ ସହ ମିଶି ପୁରୁଣାକୁ ହତ୍ୟା...

ମୃତକ ପରିବାରର ବୟାନ୍‌ ଆଧାରରେ ପୋଲିସ ନୀଲେଶଙ୍କ ପ୍ରେମିକା ଜୟା ଏବଂ ‌ଅପୁ ସୋନିଙ୍କୁ ପୋଲିସ ଷ୍ଟେସନକୁ ପଚରାଉଚରା କରାଯାଇଥିଲା । ପ୍ରଥମେ ପ୍ରଥମେ ନିଜ ଦୋଷ ମାନୁନଥିଲେ ଉଭୟ ଅଭିଯୁକ୍ତ । ହେଲେ ବାରମ୍ବାର ପଚରାଉଚରା ପରେ ହତ୍ୟାକାଣ୍ଡ କଥା ସ୍ୱୀକାର କରିଛନ୍ତି । ଜୟା ରାଠୱା ପୋଲିସକୁ ଗୋଟି ଗୋଟି କଥା ବଖାଣିଛନ୍ତି ।

ନୀଲେଶଙ୍କ ସହ ଜୟାଙ୍କର ୮ ବର୍ଷ ପ୍ରେମ ସମ୍ପର୍କ ଥିଲା । ହେଲେ ନୀଲେଶକୁ ବାରମ୍ବାର କହିବା ପରେ ମଧ୍ୟ ସେ ବିବାହ ପାଇଁ ବିଳମ୍ବ କରୁଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ବାରମ୍ବାର ମନୋମାଳିନ୍ୟ ହେଉଥିଲା । ଶେଷରେ ବିବାହ ପାଇଁ ରୋକଠୋକ୍‌ ମନା କରିଦେଇଥିଲେ । ଏହି ସମୟରେ ଅପୁ ସୋନିଙ୍କୁ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ଗଢ଼ିଉଠିଥିଲା । ତା’ପରେ ଉଭୟ ନୀଲେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ।

ଘଟଣା ଦିନ ନୀଲେଶଙ୍କୁ ଦେଖା କରିବାକୁ ଡାକିଥିଲେ ଜୟା । ସାକ୍ଷାତ ପରେ ଦୁହେଁ କାରରେ ବସି କଥା ହେଉଥିଲେ । ପୂର୍ବ ଯୋଜନା ଅନୁସାରେ କାରର ପଛ ସିଟରେ ବସିଥିବା ଅପୁ ସିଟ୍ ବେଲ୍ଟରେ ନୀଲେଶଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଉଭୟେ ମିଶି ନୀଲେଶଙ୍କ ମୃତଦେହକୁ କେନାଳରେ ଫିଙ୍ଗି ଦେଇଥିଲେ । ହେଲେ ତଦନ୍ତ ପରେ ଦୁଇ ଅଭିଯୁକ୍ତକୁ କରିବାରେ ସଫଳ ହୋଇଛି ପୋଲିସ୍।