Man jumps into Sidua river
୯ ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା । କଟକ ଜିଲ୍ଲା ସଦର ଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି । ଏ ନେଇ ସ୍ଥାନୀୟ ଲୋକ ପ୍ରଥମେ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ଘଟଣାସ୍ଥଳରେ କିଛି ସ୍ଥାନୀୟ ବାସିନ୍ଦା ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ହେଲେ ବର୍ତ୍ତମାନ ପିଲାଟିକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକମାନ ଛୁଆଟିକୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛନ୍ତି । ହେଲେ ବାପାର ପତ୍ତା ମିଳିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691916655.jpg)