Advertisment

‘ବୋହୂକୁ କାହିଁକି ଗୁଳି ମାରିବୁ ମୋତେ ଗୁଳି ମାରିଦେ’

ମହଙ୍ଗା ପଡ଼ିଲା ପୁଅ -ବୋହୂ କଳହ ସମାଧାନ। ଯାଇଥିଲେ ସମାଧାନ କରିବାକୁ ହେଲେ ଗୁଳି ଖାଇ ମେଡିକାଲ୍‌ରେ ଭର୍ତ୍ତି ହେଲେ।

ଅଦ୍ୟତନ ହୋଇଛି
Odisha's Sonepur Man Shot By Son

Man injured after being shot at by his son in Sonepur

Advertisment

ମହଙ୍ଗା ପଡ଼ିଲା ପୁଅ -ବୋହୂ କଳହ ସମାଧାନ। ଯାଇଥିଲେ ସମାଧାନ କରିବାକୁ ହେଲେ ଗୁଳି ଖାଇ ମେଡିକାଲ୍‌ରେ ଭର୍ତ୍ତି ହେଲେ। ନିଶାସକ୍ତ ପୁଅର ଗୁଳିରେ ଆହତ ହୋଇଛନ୍ତି ବାପା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଅନ୍ତର୍ଗତ ଚିନାଜୁରୀ ଗାଁରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଗଙ୍ଗାଜଳ ମେହରଙ୍କ ପୁଅ ବିକ୍ରମ ମେହର ନିଶାସକ୍ତ ଅବସ୍ଥାରେ ସ୍ତ୍ରୀଙ୍କ ସହ ଝଗଡ଼ା କରୁଥିଲେ। ଏହି ସମୟରେ ସ୍ତ୍ରୀକୁ ଚଢେଇମରା ବନ୍ଧୁକରେ ଗୁଳି ମାରିବା ଲାଗି ବିକ୍ରମ ବାହାରି ଥିଲେ। ଏଥିରେ ଗଙ୍ଗାଜଳ ହସ୍ତକ୍ଷେପ କରିବା ସହ ବୋହୂକୁ କାହିଁକି ଗୁଳି ମାରିବୁ ମୋତେ ଗୁଳି ମାରିଦେ ବୋଲି କହିଥିଲେ I

ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଥିବା ବିକ୍ରମ, ଗଙ୍ଗାଜଳଙ୍କୁ ଗୁଳି ମାରି ଦେଇଥିଲେ। ତାଙ୍କ ଶରୀରରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ଗଙ୍ଗାଜଳଙ୍କୁ ପରିବାର ଲୋକେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲକୁ ସ୍ତାନାନ୍ତରିତ କରାଯାଇଛି।

Advertisment
Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ