Advertisment

ଏକାଧିକ ସ୍ତ୍ରୀ କଥା ମିଛ ବୋଲି କହିଲେ ସ୍ୱାମୀ

ଜଣେ ଯୁବକ ପ୍ରଥମ ପତ୍ନୀଙ୍କ ଅଜାଣତରେ ଆଉ ଜଣକୁ ପ୍ରେମ କରି ବିବାହ କରିଥିଲେ। ସେହିପରି ଦ୍ୱିତୀୟ ପତ୍ନୀଙ୍କ ଅଜାଣତରେ ତୃତୀୟ ଝିଅକୁ ମଧ୍ୟ ପ୍ରେମ ସପର୍କ ରଖିଥିବା ଜଣାପଡିଥିଲା। ତେବେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ ଏକାଠି ହୋଇ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ଏନେଇ କଣ କହୁଛନ୍ତି ରସିକିଆ ସ୍ୱାମୀ ପଢନ୍ତୁ

ଅଦ୍ୟତନ ହୋଇଛି
ଅଟକ ସ୍ୱାମୀ ଆଲୋକ ଜେନା

ଅଟକ ସ୍ୱାମୀ ଆଲୋକ ଜେନା

Advertisment

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପୋଲିସ କବଜାରେ ପଡ଼ିଛନ୍ତି ସ୍ୱାମୀ ୪୨୦। ମହଙ୍ଗା ହେଲା ଚୋରା ପୀରତି।ଏକାଧିକ ଝିଅକୁ ବିବାହ କରି ବିଶ୍ୱାସଘାତ କରିବା ମହଙ୍ଗା ପଡ଼ିଲା। ଥାନା ଭିତରେ ଦୁଇ ପତ୍ନୀ ଅଟକ ସ୍ୱାମୀକୁ ଟଣାଓଟରା କରିଛନ୍ତି। ଏଭଳି ଘଟଣା ଘଟିଥିଲା ଭୁବନେଶ୍ୱରର ମଞ୍ଚେଶ୍ୱର ଥାନାରେ। ଅଭିଯୋଗ କରିବା ପରେ ସ୍ୱାମୀକୁ ଅଟକ ରଖିଛି ମଞ୍ଚେଶ୍ୱର ପୋଲିସ। 

Advertisment

ଅଟକ ସ୍ୱାମୀଙ୍କ ନାଁ ହେଉଛି ଆଲୋକ ଜେନା। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧାର ଆଲୋକ ଜେନା ୨୦୦୬ରେ ଜଣକୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଅଜାଣତରେ ୨୦୧୭ରେ ଆଉ ଜଣକୁ ମଧ୍ୟ ପ୍ରେମ କରି ବିବାହ କରିଥିଲେ। ସେହିପରି ଦ୍ୱିତୀୟ ପତ୍ନୀଙ୍କ ଅଜାଣତରେ ତୃତୀୟ ଝିଅକୁ ମଧ୍ୟ ପ୍ରେମ ସପର୍କ ରଖିଥିବା ଜଣାପଡିଥିଲା। ତେବେ ପ୍ରଥମ ଏବଂ ଦ୍ୱିତୀୟ ପତ୍ନୀ ଏକାଠି ହୋଇ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିବା ପରେ ରସିକିଆ ସ୍ୱାମୀ ଧରାପଡ଼ିଛି।

ସେପଟେ ସ୍ୱାମୀ ଆଲୋକ ତାଙ୍କ ଉପରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୁଁ ଜଣକୁ ହିଁ ମ୍ୟାରେଜ୍‌ କରିଛି ମୋର ଗୋଟିଏ ହିଁ ସ୍ତ୍ରୀ। ସେ ବି ତାଙ୍କ ବାପ ଘରେ ରହୁଛି। ମୁଁ ବାପା ମାଙ୍କ ଗୋଟିଏ ପୁଅ। ମୋର ବୁଢା ବାପା ମା ଗାଁରେ ହାତରେ ରୋଷେଇ କରୁଛନ୍ତି। ଅନେକ ଥର କହିବା ପରେ ମୋ ସ୍ତ୍ରୀ ମୋ ପାଖକୁ ଆସିଲାନି। ସେ କିଛି ଅସାମାଜିକ ମହିଳାଙ୍କୁ ନେଇ ଏହି କାରନାମା ଚଳାଇଛି। ଏଥିରେ କୌଣସି ସତ୍ୟତା ନାହିଁ। ଏପରିକି ଯୌତୁକ ବାବଦ ପ୍ରଥମ ସ୍ତ୍ରୀ ଠାରୁ କିଛି ନେଇନଥିବା ବୋଲି ସେ କହିଛନ୍ତି।

Advertisment

ସେହିପରି ଦ୍ୱିତୀୟ ସ୍ତ୍ରୀ କଥା ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ଫଟୋ ଏଡିଟିଂ କରି ସେମାନେ ସିନ୍ଦୂରଲଗା ଫଟୋ କଥା କହୁଛନ୍ତି। ମୁଁ ଯେଉଁ ଅଟୋ ଚଲାଏ, ସେହି ଅଟୋରେ ସେ ଅନେକ ଥର ଯାଇଛନ୍ତି। ସେ ମହିଳାଙ୍କ ଅନେକ ସ୍ୱାମୀ ରହିଛି। ସେ ମୋର ଭାଣିଜୀର ସାଙ୍ଗ, ସେ ମୋର ଭଉଣୀ ପରି ବୋଲି ଆଲୋକ କହିଛନ୍ତି। ଅପରପଟେ ଅଭିଯୁକ୍ତ ଯୁବକ ପ୍ରେମରେ ଫସାଇ ମହିଳାଙ୍କ ଧନ, ଯୌବନକୁ ଭୋଗ କରନ୍ତି ବୋଲି ଜଣେ ସ୍ଥାନୀୟ ମହିଳା କହିଛନ୍ତି। 

ଜୋନ୍‌-୫ର ଏସିପି ସଞ୍ଜୀବ ଶତପଥୀ କହିଛନ୍ତି ଯେ ଖୋର୍ଦ୍ଧାର ଜଣେ ଯୁବକ ଆଲୋକ ଜେନା ଏକାଧିକ ବିବାହ କରିଥିବା ନେଇ ଦୁଇ ଜଣ ମହିଳା ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ସ୍ୱାମୀଙ୍କୁ ଅଟକ ରଖିବା ସହ ତଦନ୍ତ କରୁଛି। ପ୍ରଥମ ମହିଳା ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କୁ ୧୪ ବର୍ଷ ହେଲାଣି ବିବାହ କରିଥିଲେ। କିନ୍ତୁ ତାଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିଛନ୍ତି। ସେହିପରି ଅନ୍ୟଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଜଣକ ବିବାହ କରିଥିବା କଥା ଲୁଚାଇ ତାଙ୍କୁ ବିବାହ କରିଛନ୍ତି।   

Advertisment
Bhubaneswar Commissionrate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ