ଦାଦାବଟି ନାଁରେ ଦାଦାଗିରି, ୫ ଲକ୍ଷ ନ ଦେବାରୁ ଦୋକାନ ଆଗରେ ଗଦେଇ ଦେଲେ ପଥର

ଜଣେ ମିଠା ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ଦାଦା ବଟି ମାଗୁଥିଲା ଜେଲ ଫେରନ୍ତା ଅଭିଯୁକ୍ତ ରଘୁନାଥ ବାରିକ । ଦାଦା ବଟି ନ ଦେବାରୁ ଦୋକାନ ସାମ୍ନାରେ ଏକ ଟ୍ରାକ୍ଟରରେ ପଥର ଆଣି ଗଦେଇ ଦେବା ସହ ଦୋକାନ ବନ୍ଦ କରିବା ପାଇଁ ଧମକ ଦେଇଥିଲା ।

Bhubaneswar

ଦାଦାବଟି ନ ଦେବାରୁ ଦାଦାଗିରି । ୫ ଲକ୍ଷ ଟଙ୍କାର ଦାଦାବଟି ନ ଦେବାରୁ ମିଠା ଦୋକାନ ଆଗରେ ଗଦେଇ ଦେଲେ ପଥର । ଏଭଳି ଘଟଣା ଘଟିଛି ଏୟାର ଫିଲଡ୍‌ ଥାନା ଚଣ୍ଡୀ ବଜାର ନିକଟରେ । ଆଉ ଯାହାର Exclusive CCTV footage OTV ହାତରେ ଲାଗିଛି। ପୋଲିସ ସିସିଟିଭି ଆଧାରରେ ଦାଦାବଟି ମାଗୁଥିବା ଦୁର୍ବୃତ୍ତକୁ ଧରି ଥାନାରେ ଅଟକ ରଖିଛି ।

ସୂଚନା ଅନୁସାରେ ଜଣେ ମିଠା ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ଦାଦା ବଟି ମାଗୁଥିଲା ଜେଲ ଫେରନ୍ତା ଅଭିଯୁକ୍ତ ରଘୁନାଥ ବାରିକ । ଦାଦା ବଟି ନ ଦେବାରୁ ଦୋକାନ ସାମ୍ନାରେ ଏକ ଟ୍ରାକ୍ଟରରେ ପଥର ଆଣି ଗଦେଇ ଦେବା ସହ ଦୋକାନ ବନ୍ଦ କରିବା ପାଇଁ ଧମକ ଦେଇଥିଲା । ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହାର ତଦନ୍ତ କରିବା ସହ ସିସିଟିଭି ଚେକ୍ କରିଥିଲା । ପରେ ଅଭିଯୁକ୍ତ ରଘୁନାଥଙ୍କୁ କାବୁ କରିଛି ପୋଲିସ । ପୂର୍ବରୁ ରଘୁଆ ନାଁରେ ହତ୍ୟା ଅଭିଯୋଗ ମଧ୍ୟ ରହିଛି । କିଛି ବର୍ଷ ତଳେ ଅମରେଶ ନାୟକ ନାମକ ଯୁବକୁ ହତ୍ୟା କରିଥିବା ଅଭିଯୋଗରେ ରଘୁଆ ଗିରଫ ହୋଇଥିଲା ।