Advertisment

ଲୋମ ଟାଙ୍କୁରା ଘଟଣା ! ମହିଳାଙ୍କ ହାର୍ଟ କାଟି ଆଳୁ ପକାଇ ରାନ୍ଧିଲା; ସମସ୍ତଙ୍କୁ ଖାଇବାକୁ ଦେଲା, ତା’ପରେ...

ମହିଳାଙ୍କୁ ହତ୍ୟା ପରେ ତାଙ୍କ ହାର୍ଟକୁ କାଟି ଆଳୁ ପକାଇ ରାନ୍ଧିଲା ଓ ଏହାକୁ ପରିବାର ଲୋକଙ୍କୁ ଖାଇବାକୁ ଦେଲା। ଖାଲି ଏତିକି ନୁହେଁ ସେମାନଙ୍କୁ ହତ୍ୟା ମଧ୍ୟ କଲା।

ଅଦ୍ୟତନ ହୋଇଛି
US Man Cuts Out Woman Heart

Man Cuts Out Woman Heart Cooks It Then Kills Two Family Members

Advertisment

ମହିଳାଙ୍କୁ ହତ୍ୟା ପରେ ତାଙ୍କ ହାର୍ଟକୁ କାଟି ଆଳୁ ପକାଇ ରାନ୍ଧିଲା ଓ  ଏହାକୁ ପରିବାର ଲୋକଙ୍କୁ ଖାଇବାକୁ ଦେଲା। ଖାଲି ଏତିକି ନୁହେଁ ସେମାନଙ୍କୁ ହତ୍ୟା ମଧ୍ୟ କଲା। ଆମେରିକାର ଓକ୍‌ଲାହୋମା ଷ୍ଟେଟ୍‌ରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବ୍ୟକ୍ତି ଜଣକ ପ୍ରଥମେ ଜଣେ ମହିଳାଙ୍କୁ ହତ୍ୟା ପରେ ତାଙ୍କ ହାର୍ଟକୁ କାଟିଥିଲା ଓ ଏହାପରେ ଆଉ ୨ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ଏହି ଭୟଙ୍କର ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଯୁବକଙ୍କୁ ୧୦୦ ଥର ଛୁରି ଭୁସି ହତ୍ୟା, ବୁଦା ତଳୁ ଉଦ୍ଧାର ହେଲା ମୃତଦେହ

The Independent ର ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ୪୪ ବର୍ଷୀୟ ଲରେନ୍ସ ପଲ୍‌ ଆଣ୍ଡର୍‌ସନ୍‌ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲା। ଜେଲ୍‌ରୁ ମୁକୁଳିବାର ମାତ୍ର ୧ ମାସ ଭିତରେ ସେ ଏହି ହତ୍ୟା କରିଥିଲା। ଜେଲ୍‌ରୁ ମୁକୁଳିବାର କିଛି ସପ୍ତାହ ପରେ ଲରେନ୍ସ, ଆଣ୍ଡ୍ରିଆ ବ୍ଲାଙ୍କେନ୍‌ଶିପ୍‌ଙ୍କୁ ହତ୍ୟା କରି ତାଙ୍କ ହାର୍ଟକୁ କାଟି ଥିଲା। ଏହା ପରେ ଏହାକୁ ସେ ନିଜ ମାମୁଙ୍କ ଘରକୁ ନେଇକି ଯାଇଥିଲା।

Advertisment

ସେଠାରେ ଲରେନ୍ସ ଆଳୁ ପକାଇ ହାର୍ଟକୁ ରାନ୍ଧିଥିଲା। ABC News ରିପୋର୍ଟ ଅନୁସାରେ, ଏହାକୁ ସେ ମାମୁ ଲିଅନ୍‌ ପାଏ(୬୭) ଓ ତାଙ୍କର ୪ ବର୍ଷୀୟ ନାତୁଣୀ କାଇଓସ୍‌ ୟାଟେସ୍‌କୁ ଖାଇବାକୁ ଦେବା ପାଇଁ ଚେଷ୍ଟା କରିଥିଲା। ଶେଷରେ ଲେରେନ୍ସ ଉଭୟ ଲିଅନ ଓ ତାଙ୍କ ନାତୁଣୀଙ୍କୁ ହତ୍ୟା କରିଥିଲା। ଲରେନ୍ସ ନିଜ ମାଇଁଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲା।

ସୂଚନାଥାଉ କି, ଡ୍ରଗ୍ସ ମାମଲାରେ ଲରେନ୍ସ କାରାଦଣ୍ଡାଦେଶ ଭୋଗିଥିଲା। ଏହାପରେ ତାକୁ ରିଲିଜ୍‌ କରାଯାଇଥିଲା। ହତ୍ୟା, ଆକ୍ରମଣ ଅଭିଯୋଗରେ ଲରେନ୍ସକୁ କ୍ରମାଗତ ୫ଥର ଆଜୀବନ କାରାଦଣ୍ଡାଦେଶ ମିଳିଥିଲା। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ