Advertisment

ମୋବାଇଲ୍ ଦେଲେନି ବୋଲି କ’ଣ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ..! ନା ରହିଛି ଅନ୍ୟ କିଛି କାରଣ ?

ବଲାଙ୍ଗିର ପୁଇଁତଳାର ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ମୋବାଇଲ ମାଗିଥିବା ପତ୍ନୀଙ୍କୁ ଡାଟା ସରିଯିବ କହି ମନା କରିଥିଲେ ସ୍ୱାମୀ ।

ଅଦ୍ୟତନ ହୋଇଛି
Crime

Crime

Advertisment

ହସପିଟାଲ ବେଡ୍‌ରେ ପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା କେସେରକେଲା ଗାଁର ଗଣେଶ୍ୱର ସୁନା । ମୁଣ୍ଡରେ ଓ ହାତରେ ଲାଗିଛି ଗଭୀର ଆଘାତ । ତାଙ୍କର ଏଭଳି ଅବସ୍ଥା କରିଛନ୍ତି ଧର୍ମପତ୍ନୀ ଈଶ୍ୱରୀ କୁମାରୀ । ସ୍ୱାମୀଙ୍କୁ ପନିକିରେ ହାଣି ଆକ୍ରମଣ କରିଛନ୍ତି ଈଶ୍ୱରୀ । ତା’ ପୁଣି ସାମାନ୍ୟ ମୋବାଇଲ୍ ପାଇଁ । ଗଣେଶ୍ୱରଙ୍କ ଅଭିଯୋଗ, ଗତ ରାତିରେ ୟୁଟ୍ୟୁବରେ ଭିଡିଓ ଦେଖିବା ପାଇଁ ଗଣେଶ୍ୱରଙ୍କୁ ମୋବାଇଲ୍ ମାଗିଥିଲେ ଈଶ୍ୱରୀ । ଘରେ ମାତ୍ର ଗୋଟିଏ ହିଁ ଆଣ୍ଡ୍ରଏଡ୍ ମୋବାଇଲ। ତା’ପୁଣି ମାସକୁ 5 GBର ଡାଟା ପ୍ୟାକ୍ ବାଲା ମୋବାଇଲ ହୋଇଥିବାରୁ, କାଳେ ଡାଟା ସରିଯିବ, ସେହି ଆଶଙ୍କାରେ ମୋବାଇଲ ଦେଇନଥିଲେ ଗଣେଶ୍ୱର ।

Advertisment

ଏତିକିରେ ଉତକ୍ଷିପ୍ତ ହୋଇ ପଡିଥିଲେ ପତ୍ନୀ ଈଶ୍ୱରୀ। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଶେଷରେ ମୋବାଇଲ ଦେଇନଥିବା ସ୍ୱାମୀଙ୍କୁ ପାନେ ଦେବାର ସୁଯୋଗ ଉଣ୍ଡି ଶୋଇଥିବା ବେଳେ ପନିକିରେ ପତ୍ନୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 

ଗଣେଶ୍ୱର ସୁନା ଛତିଶଗଡ଼ ବିଳାସପୁରରେ ପାଷ୍ଟର ଭାବେ କାମ କରୁଥିଲେ। ସେଠାରେ ଧର୍ମ ପ୍ରଚାର କରୁ କରୁ ଈଶ୍ୱରୀ କୁମାରୀଙ୍କ ସହିତ ପ୍ରଥମେ ଦେଖାଚାହାଁ, ଆଉ ତା’ପରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ। ଶେଷରେ ଦୁଇ ପରିବାରର ସହମତିରେ ହୋଇଥିଲା ବାହାଘର। ଉଭୟଙ୍କ ବିବାହକୁ ଇତିମଧ୍ୟରେ ୬ ବର୍ଷ ହୋଇଯାଇଛି। ପାଖରେ ୪ ବର୍ଷର ଝିଅଟିଏ ବି ଅଛି । ତେବେ ଗଣେଶ୍ୱରଙ୍କ କହିବା କଥା, ପିଲା ହେବା ପରଠୁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଲାଗି ରହୁଥିଲା ଝଗଡ଼ା। ଅନେକ ସମୟରେ ସ୍ୱାମୀଙ୍କୁ ସନ୍ଦେହ ବି କରୁଥିଲେ ଈଶ୍ୱରୀ। ସ୍ଥିତି ଏମିତି ହେଲା ଯେ, ପାଷ୍ଟର କାମ ଛାଡ଼ି ବିଳାସପୁରରୁ ବଲାଙ୍ଗିର ଘରକୁ ଆସି ବନିଯାଇଥିଲେ ଶ୍ରମିକ ।

Advertisment

ଆକ୍ରମଣରେ ଗୁରୁତର ହୋଇ ଗଣେଶ୍ୱର ମେଡ଼ିକାଲରେ ଭର୍ତ୍ତି ହୋଇଥିବାବେଳେ, ଫେରାର ଅଛନ୍ତି ଈଶ୍ୱରୀ । ତାଙ୍କ ନାଁରେ ପୁଇଁତଲା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରିଛି । ତେବେ ପ୍ରକୃତରେ ମୋବାଇଲ ପାଇଁ ଆକ୍ରମଣ ନା ଏହା ପଛରେ ରହିଛି ଅନ୍ୟ କୌଣସି କାରଣ, ସେନେଇ ଖୋଳତାଡ଼ କରୁଛି ପୁଇଁତଲା ପୋଲିସ । ତଦନ୍ତ ଚାଲିଥିବାରୁ ପୋଲିସ କିଛି କହିବାକୁ ମନା କରିଦେଇଥିବାବେଳେ ଈଶ୍ୱରୀଙ୍କ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ମିଳିପାରିନି ।

Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ