• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅବୈଧ ପ୍ରେମ ପାଇଁ ପର ହୋଇଗଲା ସାତ ଜନମର ସାଥୀ । ଟ୍ରାନ୍ସଜେଣ୍ଡରଙ୍କ ପ୍ରେମରେ ଉବୁଟୁବୁ ବ୍ୟକ୍ତି ପିଲାଛୁଆ ସଂସାର ଭୁଲି ସ୍ତ୍ରୀକୁ ଘରୁ ବାହାର କରିଦେଲେ । ପୂର୍ବ ଦିଲ୍ଲୀର ଭଜନପୁରାରେ ତିନି ତଲାକର ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀ ଙ୍କୁ ବିବାହର ୩୦ ରୁ ୩୨ ବର୍ଷ ପରେ ଘରୁ ବାହାର କରିଦେଇଛନ୍ତି ଏବଂ ତାପରେ ତାଙ୍କୁ ତିନିଥର 'ତଲାକ-ତଲାକ-ତଲାକ' କହି ନିଜ ଠାରୁ ଅଲଗା କରି ଦେଇଛନ୍ତି । ପ୍ରଥମ ବିବାହର ଉଭୟଙ୍କ ୬ ସନ୍ତାନ ଥିବା ଜଣାପଡ଼ିଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ମୁସଲିମ ମହିଳା ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଜୁନ୍ ୩୦ରେ ପାରିବାରିକ ହିଂସା ନେଇ ଭଜନପୁରା ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ତାଙ୍କ ଅଭିଯୋଗ ଅନୁସାରେ ପ୍ରାୟ ୩୦-୩୨ ବର୍ଷ ପୂର୍ବେ ଆଫତାବ ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ କରିଥିଲେ । ସେହି ବିବାହରୁ ଉଭୟଙ୍କର ୬ଟ ଜଣ ସନ୍ତାନ ଅଛନ୍ତି । ହେଲେ ବିବାହର ଏତେ ବର୍ଷ ପରେ ସ୍ୱାମୀ ପୁଣି ଥରେ ପ୍ରେମରେ ପଡ଼ିଛନ୍ତି । ପିଲାଛୁଆ ଛାଡ଼ି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ବିବାହ କରିଛନ୍ତି ।

ତେବେ ବର୍ତ୍ତମାନ ପୀଡ଼ିତାଙ୍କ ସ୍ୱାମୀ ତୃତୀୟଲିଙ୍ଗୀଙ୍କ ସହ କରଡାମପୁରୀର କୌଣସି ଏକ ସ୍ଥାନରେ ରହୁଛନ୍ତି । ଆଉ ସେ ବର୍ତ୍ତମାନ ମହିଳାଙ୍କ ଉପରେ ଘର ଖାଲି କରିବାକୁ ଚାପ ପକାଉଛନ୍ତି । ଛୁଅ ପିଲାଙ୍କୁ ନେଇ ଏବେ ସେ କୁଆଡ଼େ ଯିବେ କହି ପୋଲିସ୍‌ ନିକଟରେ ଗୁହାରୀ ଜଣାଇଛନ୍ତି ।

ଅଭିଯୋଗ ପରେ କାଉନସେଲିଂ ପାଇଁ ଦିଲ୍ଲୀ ପୋଲିସ କ୍ରାଇମ୍‌ ଏଗେନଷ୍ଟ ଉଇମେନ୍‌ ସେଲକୁ ପୀଡ଼ିତାଙ୍କୁ ପଠାଇ ଦିଆଯାଇଛି । ଅଭିଯୋଗ ଆଧାରରେ ଦିଲ୍ଲୀର ଭଜନପୁରା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାର ଛାନଭିନ୍‌ ଆରମ୍ଭ ହୋଇଛି ।