Advertisment

କଳିଯୁଗର କୁଳାଙ୍ଗାର ପୁଅ ! ମା’କୁ ମାରି ଭାଙ୍ଗିଦେଲା ହାତ...

କୌଣସି ପିତା, ମାତା କେବେ ଚାହୁଁନଥିବା ଘଟଣା ଆଜି ବିଧାତା ଖଞ୍ଜିଦେଇଛି ଏହି ବୁଢ଼ୀ ମା’ଭାଗ୍ୟରେ । କେବେ କେହି ଆଶା କରୁନଥିବା ନିର୍ଯାତନାର ପାହାର ବସିଛି ଏହି ଚମ ଧୁଡୁଧୁଡୁ ଶରୀର ଉପରେ ।

undefined

Man beats Mother

Advertisment

କଳିଯୁଗର ପୁଅ । ଯିଏ, ନିଜର ଜନ୍ମକଲା ମା’ଙ୍କୁ ମାଡ଼ ମାରିଛି, ହାତ ଭାଙ୍ଗି ଅଣ୍ଟା ଦରଜ କରିଦେଇଛି । ପୁଅର ଏଭଳି ନୃଶଂସ ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି ସେହି ଅଭାଗିନୀ ମା’ । ଆଉ ଯନ୍ତ୍ରଣାରେ ଛଟପଟ ହୋଇ ଏଭଳି ସନ୍ତାନକୁ ଜନ୍ମଦେଇଥିବା ମା’ ଆଜି ନିଜ କୋଳକୁ ନିନ୍ଦୁଛି । ଗଞ୍ଜାମ ଆସିକା ଅଞ୍ଚଳରୁ ଆସିଛି ଜଣେ ମା’ର ବେଦନାଭରା କାହାଣୀ ।

Advertisment

ବୟସ ୭୦ ଟପିଲାଣି... ଆଗଭଳି ଆଉ ବଳ ବୟସ ନାହିଁ କାହାଠୁ ନିର୍ଯାତନା ସହିବାକୁ... ଘର ସଂସାର ସହ ଧନ, ଜନ ଆଉ ସନ୍ତାନ ଅର୍ଜନ କରିସାରିବା ପରେ ଜୀବନର ଶେଷ ସମୟରେ ଲୋଡିବାକୁ ଆଉ ବା’ କ’ଣ ଆଶା ଅଛି... କିନ୍ତୁ ବିଧାତାର ବିଚିତ୍ର ଖେଳ । କୌଣସି ପିତା, ମାତା କେବେ ଚାହୁଁନଥିବା ଘଟଣା ଆଜି ବିଧାତା ଖଞ୍ଜିଦେଇଛି ଏହି ବୁଢ଼ୀ ମା’ଭାଗ୍ୟରେ । କେବେ କେହି ଆଶା କରୁନଥିବା ନିର୍ଯାତନାର ପାହାର ବସିଛି ଏହି ଚମ ଧୁଡୁଧୁଡୁ ଶରୀର ଉପରେ ।

ନିସ୍ତୁକ ମାଡ଼ରେ ନିସ୍ତେଜ ଅବସ୍ଥାରେ ମେଡ଼ିକାଲରେ ପଡ଼ିଥିବା ଏହି ବୃଦ୍ଧା ହେଉଛନ୍ତି ଗଞ୍ଜାମ ଆସିକା ଥାନା ପଢ଼ାଳ ଗାଁର ଦେବକୀ ରାଉତ । ଅଭିଯୋଗ କରିଛନ୍ତି, ୧୦ ମାସ ୧୦ ଦିନ ଗର୍ଭରେ ଧରି ଯେଉଁ ପୁଅକୁ ଜନ୍ମଦେଇଥିଲେ ସେ, ଆଜି ସେହି ପୁଅ ଦେଇଛି ଦାରୁଣ ଦୁଃଖ । ଯେଉଁ ହାତରେ ପୁଅକୁ ପାଳିପୋଷି ବଡ଼ କରିଥିଲେ, ଆଜି ସେହି ହାତକୁ ଭାଙ୍ଗିଦେଇଛି ପୁଅ ।

Advertisment

ଦେବକୀଙ୍କ କହିବା କଥା, ସାନ ପୁଅ ପ୍ରମୋଦ ରାଉତ ବିଭିନ୍ନ ସମୟରେ ତାଙ୍କୁ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମାଗି ଆସୁଥିଲା । କିନ୍ତୁ ଭତ୍ତା ଟଙ୍କା ନଦେବାରୁ ଶେଷରେ ନିର୍ଦ୍ଦୟ ଭାବେ ଏମିତି ମାଡ଼ ମାରିଲା ଯେ, ହାତ ଭାଙ୍ଗିଯାଇଛି । ଅଣ୍ଟାରେ ଆଘାତ ଲାଗିବାରୁ ଉଠିବସି ପାରୁନାହାଁନ୍ତି । ଗୁରୁତର ଅବସ୍ଥାରେ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଦେବକୀଙ୍କୁ । ଆଉ ମେଡିକାଲରେ ପଡିରହି ଏଭଳି ପୁଅକୁ ଜନ୍ମଦେଇ ସେ କେତେ ଅନୁତପ୍ତ ତାଙ୍କ ମୁହଁରୁ ଶୁଣନ୍ତୁ ।

ଟିକେ ମନେପକାନ୍ତୁ, ଗତ ଡିସେମ୍ବରରେ କେନ୍ଦୁଝର ଚଂପୁଆ ଅଞ୍ଚଳର ଜଣେ କୁଳାଙ୍ଗାର ପୁଅର କାଣ୍ଡକୁ । ବାଡ଼ିରୁ କୋବି ଚୋରି କରିଥିବା ଅଭିଯୋଗ ଆଣି ନିଜ ଜନ୍ମଦାତ୍ରୀକୁ ଗାଁ ଦାଣ୍ଡରେ ମାଡ଼ ମାରିବା ସହ ବିଦ୍ୟୁତ ଖୁଣ୍ଟରେ କିଭଳି ବାନ୍ଧିଦେଇଥିଲା ନିଷ୍ଠୁର ପୁଅ ଶତ୍ରୁଘ୍ନ ମହନ୍ତ । ଆଉ ଆଜି ଆସିକା ଅଞ୍ଚଳରେ ଭତ୍ତା ଟଙ୍କା ପାଇଁ ବୁଢି ମା’କୁ ପୁଅ ପ୍ରମୋଦ ରାଉତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ ପ୍ରମୋଦଙ୍କ କହିବା କଥା, ସେ ମାରିନାହାଁନ୍ତି, ବାପାଙ୍କୁ ମା’ ମାରୁଥିବାବେଳେ ଝିଙ୍କି ଆଣିଥିଲେ । ଭତ୍ତା ଟଙ୍କା କେବେ ମିଳେ ସେ ଜାଣନ୍ତିନି । ଝିଅମାନେ ମିଶି ଷଡ଼ଯନ୍ତ୍ର ରଚିଛନ୍ତି ବୋଲି କହିଛନ୍ତି ପ୍ରମୋଦ ।

Advertisment

ଆଜି ଆଖିରୁ ଲୁହ ଝରୁଛି ଦେବକୀଙ୍କର, ହାତ ଭାଙ୍ଗିଛି ବୋଲି ଭିତରେ ଭିତରେ ଯନ୍ତ୍ରଣାରେ ଛଟପଟ ହେଉଥିବ ସର୍ବାଙ୍ଗ ଶରୀର । ତଥାପି ଦେବକୀ ସବୁକିଛିକୁ ସହିଯାଇଛନ୍ତି, ପୋଲିସ ଥାନାକୁ ନଯାଇ ପୁଅକୁ କ୍ଷମା କରିଦେଇଥିବା କୁହାଯାଉଛି ।

Mother Pension Money
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ