Advertisment

ନା ପୋଲିସକୁ ନା ଆଇନ୍‌ କାନୁନକୁ ଭୟ ! ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଗଛରେ ଟାଙ୍ଗି ଦେଲେ...

ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।

ଅଦ୍ୟତନ ହୋଇଛି
Man Beaten To Death In Malkangiri

Man Beaten To Death In Odisha's Malkangiri

Advertisment

ଲୋକେ ଆଉ ପୋଲିସ କି ଆଇନ୍‌ କାନୁନକୁ ସତେ ଯେମିତି ଭୟ ହିଁ କରୁ ନାହାନ୍ତି। କୌଣସି ଘଟଣା ଘଟିଲେ ତା’ର ପ୍ରତିଶୋଧ ନେବାକୁ ଯାଇ ଆଇନକୁ ହାତକୁ ନେଉଛନ୍ତି ଲୋକେ। ଯାହାର ଏକ ଉଦାହରଣ ମାଲକାନଗିରି କୋରକୋଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisment

ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ମୃତକ ହେଲେ ଦେବା ମାଡକାମୀ। ନିଜ ପଡୋଶୀ ଜଣେ ମହିଳାଙ୍କୁ ସେ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ।

Advertisment

ଖବରପାଇ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଦେବାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆଉ ମୃତ୍ୟୁ ପରେ ଗାଁ ମୁଣ୍ଡ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଗୁରୁତର ମହିଳାଙ୍କୁ ପରିବାର ଲୋକେ କାଲିମେଳା ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷେ, ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସହ ୪ ଜଣଙ୍କୁ ଧରି ଖୋଳତାଡ଼ ଚଳାଇଛି। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ