Advertisment

ଶସ୍ତାରେ କାର୍ ଓ ଆଇଫୋନ ଦେବାକୁ କହି ଫସିଲା ନକଲି କ୍ରାଇମବ୍ରାଞ୍ଚ ଅଫିସର

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ପୂର୍ବ ବିନୋଦ ନଗରରୁ ଗିରଫ କରାଯାଇଥିଲା।

ଅଦ୍ୟତନ ହୋଇଛି
crime-branch

crime-branch

Advertisment

ପୋଲିସ କବଜାରେ ନକଲି କ୍ରାଇମବ୍ରାଞ୍ଚ ଅଫିସର। ନିଜକୁ କ୍ରାଇମବ୍ରାଞ୍ଚ ଅଫିସରର ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ଚାଲାକ ଠକ। କୋର୍ଟ ପରିସରରେ ନିଲାମ ହେବାକୁ ଥିବା ଦାମୀ ଗାଡ଼ି, ଆପଲ ଆଇଫୋନ୍ ଓ ଅନ୍ୟାନ୍ୟ ଜିନିଷ କମ୍ ମୂଲ୍ୟରେ କିଣାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ ଗିରଫ ହୋଇଛି। ପରିଚୟ ବଦଳାଇ ବିଭିନ୍ନ ସ୍ଥାନରେ ଠକେଇ କରିଥିବା ଜଣାପଡିଛି।

Advertisment

ପୋଲିସର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଆୟୁବ ଖାନ। ନିଜକୁ କ୍ରାଇମବ୍ରାଞ୍ଚର ପରିଚୟ ଦେଉଥିଲା। କୋର୍ଟରେ ନିଲାମ ହେବାକୁ ଥିବା ଦାମୀ କାର୍, ଆଇଫୋନ ଆଦି କମ୍ ମୂଲ୍ୟରେ ଦେବାବକୁ ସେମାନଙ୍କୁ ପ୍ରତିଶ୍ରୁତି ଦେଉଥିଲା।ଦିଲ୍ଲୀର ଏକ କୋର୍ଟ ପରିସରରେ ଲୋକଙ୍କୁ ଭେଟିବାକୁ ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲା ଏବଂ ଫେରାର ହୋଇଯାଉଥିଲା।

ଗତ ୨୯ଜାନୁଆରୀରେ ଦୀପକ ଚୌଧୁରୀ ନାମକ ବ୍ୟକ୍ତି ବିରୋଧରେ ଏକ ଅଭିଯୋଗ ହୋଇଥିଲା। ଡେପୁଟି କମିଶନର (ଉତ୍ତର) ମନୋଜ କୁମାର ମୀନା କହିଛନ୍ତି, 'ଅଭିଯୋଗକାରୀ କହିଛନ୍ତି ଯେ ଜାନୁଆରୀ ୨ତାରିଖରେ ସେ ତେଜସ୍ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବାବେଳେ ଦୀପକ ଚୌଧୁରୀଙ୍କୁ ଭେଟିଥିଲେ, ଯିଏକି ତାଙ୍କୁ ଦିଲ୍ଲୀ କୋର୍ଟରେ ନିଲାମୀ ପାଇଁ ଅଛି କାର୍ ଅଛି ବୋଲି କହିଥିଲେ।ଠକ ଜଣକ ଅଭିଯୋଗକାରୀଙ୍କୁ କହିଥିଲେ ଯେ ସେ ୫ଲକ୍ଷ ୩୦ହଜାର ଟଙ୍କାରେ ତାଙ୍କୁ ଟୟୋଟା ଇନୋଭା କ୍ରିଷ୍ଟା ଦେଇପାରିବେ ଏବଂ କାର କିଣିବା ପାଇଁ ତାଙ୍କୁ ଆଗୁଆ ୩୦ହଜାର ଟଙ୍କା ଦେବାକୁ ପଡିବ।

Advertisment

ଏହାପରେ ଅଭିଯୋଗକାରୀ ଜଣକ ଜାନୁଆରୀ ୨୯ତାରିଖରେ କୋର୍ଟରେ ପହଞ୍ଚିଥିଲେ। ସେଠାରେ ସେ ଠକ ଦୀପକଙ୍କୁ ୨ଲକ୍ଷ ୫୦ହଜାର ଟଙ୍କା ଦେବାକୁ କହିଥିଲେ ଏବଂ କାର କିଣିବା ପାଇଁ ଆଧାର କାର୍ଡ ଏବଂ ପାନ କାର୍ଡ ନେଇଥିଲେ। ଏହାପରେ ଟଙ୍କା ନେଇ ଚମ୍ପଟ ମାରିବା ସହ ମୋବାଇଲ୍ ବନ୍ଦ କରିଦେଇଥିଲା । ପୋଲିସର ସୂଚନା ଅନୁସାରେ ଏହା ଗୋଟିଏ ଘଟଣା ନୁହେଁ। ଏହିପରି ଆଉଜଣେ ବ୍ୟକ୍ତିଙ୍କୁ ୨ଟି ଆପଲ୍ ଆଇଫୋନ ଦେବା ନାଁରେ ୧ଲକ୍ଷ ୫୦ହଜାର ଟଙ୍କା ଠକେଇ କରିଥିଲା। ମାର୍ଚ୍ଚ ୧୪ତାରିଖରେ ହୋଇଥିବା ଅନ୍ୟ ଏକ ଠକେଇ ଘଟଣା ସାମନାକୁ ଆସିଥିଲା।

ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନଟ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା ଏବଂ ପୂର୍ବ ବିନୋଦ ନଗରରୁ ଗିରଫ କରାଯାଇଥିଲା। ଡିସିପି କହିଛନ୍ତି, ଅଭିଯୁକ୍ତକୁ ପଚରାଉଚରା ବେଳେ ସେ ତାର ଅସଲ ପରିଚୟ ଦେଇଥିଲା। ତାର ପ୍ରକୃତ ନାମ ଆୟୁବ ଖାନ ବୋଲି ସେ କହିଥିଲା। ତା ନିକଟରୁ ଦିଲ୍ଲୀ ପୋଲିସର ନକଲି ଆଇଡି କାର୍ଡ, ନକଲି ପ୍ୟାଣ୍ଟ ଏବଂ ଜୋତା ଜବତ କରାଯାଇଛି।

Advertisment

ସେ ଜଣେ ମଦ୍ୟପ ଏବଂ କ୍ରାଇମ ବ୍ରାଞ୍ଚର ଅଧିକାରୀ ବୋଲି ଦର୍ଶାଇ ଅନେକ ସମୟରେ ଠକିଥିବା ସ୍ୱୀକାର କରିଥିଲା। ଡିସିପି କହିଛନ୍ତି ଯେ ସେ ଲାଭିଶ ଲାଇଫଷ୍ଟାଇଲର ସୌଖୀନ ଏଥିପାଇଁ ସେ ମୁମ୍ୱାଇ ଓ ଦିଲ୍ଲୀର ବିଭିନ୍ନ ଦାମୀ ବାର୍ ଓ ରେଷ୍ଟୁରାଣ୍ଟ ଯାଏ। ରୋଜଗାର ପାଇଁ କୌଣସି ପନ୍ଥା ନମିଳିବାରୁ ସେ ଜଣେ ପୋଲିସ୍ ଅଧିକାରୀ ବୋଲି କହି ଲୋକଙ୍କୁ ଠକିବା ଆରମ୍ଭ କରିଥିଲା।

Crime Branch Delhi Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ