Advertisment

ପୁଅକୁ କାଶ ଔଷଧ ବଦଳରେ ବିଷ ଦେଇ ମାରିଦେଲା ସାବତ ବାପା !

୩ ବର୍ଷର ପୁଅକୁ କାଶ ଔଷଧ ବଦଳରେ ସାବତ ବାପା ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୃତ୍ୟୁ ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଧରିଲା ପୋଲିସ୍‌।

ଅଦ୍ୟତନ ହୋଇଛି
Man Killed Step Son By Poison In Nabarangpur

Man Allegedly Kills Son In Nabarangpur

Advertisment

ଔଷଧ ବଦଳରେ ପୁଅକୁ ବିଷ ଦେଇ ମାରିଦେଲା ବାପା। ୩ ବର୍ଷର ପୁଅକୁ କାଶ ଔଷଧ ବଦଳରେ ସାବତ ବାପା ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ବିଶ୍ୱନାଥ ଗଣ୍ଡ। ତାଙ୍କ ପତ୍ନୀ ତଥା ମୃତ ଶିଶୁର ମା’ ଗାୟତ୍ରୀ ଗଣ୍ଡ ଏହି ଅଭିଯୋଗ ଆଣିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗ ପୁଅକୁ ପିଟିପିଟି ମାରିଦେଲା ସାବତ ମା’

ଅଭିଯୋଗ ଅନୁସାରେ, ୩ ମାସ ପୂର୍ବେ ଜଡାପାରା ଗାଁର ଗାୟତ୍ରୀ ଗଣ୍ଡଙ୍କୁ ବିଶ୍ୱନାଥ ପ୍ରେମ ବିବାହ କରିଥିଲେ। ବିବାହ ପୂର୍ବରୁ ଗାୟତ୍ରୀଙ୍କର ୩ ବର୍ଷର ଏକ ଶିଶୁ ପୁତ୍ର ଥିଲା। ଗତକାଲି ଶିଶୁଟିକୁ ଥଣ୍ଡା କାଶ ହେବାରୁ କ୍ୱାକ୍ ଭାବେ କାମ କରୁଥିବା ବିଶ୍ୱନାଥ ଏକ ଔଷଧ ଦେଇଥିଲେ। ଏହାକୁ ଖାଇବା ପରେ ଶିଶୁଟିର ବାନ୍ତି ହେବା ସହ ସେ ଗୁରୁତର ହୋଇପଡ଼ିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା।

ପ୍ରକୃତରେ କିଭଳି ସ୍ଥିତିରେ ଶିଶୁର ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ। କୁନ୍ଦେଇ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଶିଶୁକୁ ଦିଆଯାଇଥିବା ଔଷଧ ବୋତଲ ଜବତ କରିଛି। ସେପଟେ ଶିଶୁର ମୃତ୍ୟୁ ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଅଭିଯୁକ୍ତ ବିଶ୍ୱନାଥଙ୍କୁ ପୋଲିସ ଛତିଶଗଡ଼ ସୀମାରୁ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି।

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ