Son Killed Father
ପୁଅ ହାତରେ ଗଲା ବାପର ଜୀବନ । ଲୁହା ଛଡ଼ରେ ପିଟିପିଟି ବୃଦ୍ଧ ବାପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଳା ଆଠଗଡ଼ ବେଣ୍ଟପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ବାପା ହେଲେ ବାଲୁଙ୍କେଶ୍ୱର ମହାନ୍ତି । ନିଶା ପାଇଁ ଟଙ୍କା ନଦେବାରୁ ପୁଅ ହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଆଠଗଡ଼ ପୋଲିସ ଅଭିଯୁକ୍ତ ପୁଅ ଅପର୍ତି ମହାନ୍ତିକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅପର୍ତି ସବୁ ବେଳେ ନିଶା ସେବନ କରନ୍ତି। ବିଭିନ୍ନ ସମୟର ବାପାଙ୍କ ଠାରୁ ପଇସା ନେଇ ସେ ନିଶା ସେବନ କରନ୍ତି। ଗତକାଲି ମଧ୍ୟ ସେ ନିଶା ଖାଇବା ପାଇଁ ବାପା ବାଲୁଙ୍କେଶ୍ୱରଙ୍କୁ ଟଙ୍କା ମାଗିଥିଲେ। ହେଲେ ବାପା ଟଙ୍କା ନଦେବାରୁ ସେ ରାଗି ଯାଇଥିଲେ। ସେହି ରାଗ ରଖି ଗତକାଲି ବିଳମ୍ବିତ ରାତିରେ ସେ ତାଙ୍କ ବାପାଙ୍କୁ ଏକ ଲୁହା ରଡ୍ରେ ପିଟି ମାରି ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682834162.jpg)