Advertisment

Cyber Fraud: ‍ସୋସିଆଲ ମିଡିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଡିଲା ମହଙ୍ଗା, ହରାଇଲେ ୯ କୋଟି ଟଙ୍କା

କିଛି ଦିନ ପରେ ବୃଦ୍ଧଙ୍କୁ ହ୍ୱାଟସଆପରେ କବିତା ନାମକ ଆଉ ଜଣେ ମହିଳା ଯୋଗାଯୋଗ କରିଥିଲେ। ସେ ନିଜକୁ ଶାର୍ବିଙ୍କ ବନ୍ଧୁ ବୋଲି କହିଥିଲେ। ବୃଦ୍ଧଙ୍କ ସହ ସେ ମଧ୍ୟ ବନ୍ଧୁତା କରିବାକୁ ଚାହୁଁଥିବା ଜଣାଇଥିଲେ। ସମୟକ୍ରମେ ସେ ବୃଦ୍ଧଙ୍କୁ ବିଭିନ୍ନ ପ୍ରକାରର ଅଶ୍ଲୀଳ ଫଟୋ ପଠାଇଥିଲେ ଓ ତାଙ୍କୁ ଟଙ୍କା ମାଗିଥିଲେ।

Cyber Fraud

Cyber Fraud

Advertisment

ସାଇବର ଠକେଇର ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଏହା ଏମିତି ଏକ ଠକେଇ ଯାହା ଦୁଇ ବର୍ଷ ଧରି ଚାଲିଥିଲା। ୨ ବର୍ଷ ମଧ୍ୟରେ ୭୩୪ ଅନଲାଇନଚ ଟ୍ରାଞ୍ଜାକସନ ଜରିଆରେ ଜଣେ ବୃଦ୍ଧଙ୍କ ଠାରୁ ଲୁଟ ହୋଇଛି ୯ କୋଟି ଟଙ୍କା। ମୁମ୍ବାଇରେ ରହୁଥିବା ୮୦ ବର୍ଷୀୟ ବୃଦ୍ଧଙ୍କ ଠାରୁ ୪ ଜଣ ମହିଳା ଏତେ ପରିମାଣର ଠକେଇ କରିଛନ୍ତି। ପ୍ରେମ ଓ ସହାନୁଭୂତି ଆଳରେ ୪ ଜଣ ମହିଳା ଏପରି କରିଛନ୍ତି। ଠକେଇରେ ୪ ଜଣ ମହିଳା ସାମିଲ ଥିବା କୁହାଯାଉଥିଲେ ହେଁ ସମ୍ଭବତଃ ଜଣେ ମହିଳା ହିଁ ନାଁ ବଦଳାଇ ଏପରି କରିଥିବା ଆଶଙ୍କା କରାଯାଉଛି।

Advertisment

୨୦୨୩ ମସିହା ଏପ୍ରିଲ ମାସରେ ବୃଦ୍ଧ ଜଣଙ୍କ ଫେସବୁକ ଚଳାଉଥିବା ବେଳେ ଶାର୍ବି ନାମକ ଜଣେ ମହିଳାଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଥିଲେ। ଉଭୟ ପରସ୍ପରକୁ ଜାଣି ନଥିଲେ। ତଥାପି ବୃଦ୍ଧ ଜଣଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ନିଜ ଆଡ଼ୁ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ହେଲେ ଏହା ଗ୍ରହଣ ହୋଇ ନଥିଲା। ଏହାର କିଛି ଦିନ ପରେ ବୃଦ୍ଧଙ୍କ ପାଖକୁ ଶାର୍ବିଙ୍କ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଥିଲା। ଏହାକୁ ଦେଖି ସେ ବେଶ ଉତ୍ସାହିତ ହୋଇ ଯାଇଥିଲେ ଓ ତୁରନ୍ତ ଗ୍ରହଣ କରି ନେଇଥିଲେ।

ଦୁହେଁ କଥାବାର୍ତ୍ତା ହେବା ସହ ଫୋନ ନମ୍ବର ଅଦଳବଦଳ କରିଥିଲେ। ଫେସବୁକରେ ଆରମ୍ଭ ହୋଇଥିବା ଚାଟିଂ ହ୍ୱାଟସଆପକୁ ଯାଇଥିଲା। ଶାର୍ବି ୮୦ ବର୍ଷୀୟ ବୃଦ୍ଧ ଜଣଙ୍କୁ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଏବେ ସେ ନିଜର ପିଲାମାନଙ୍କ ସହ ରହୁଛନ୍ତି।

Advertisment

ଏହା ଶୁଣି ବୃଦ୍ଧ ଜଣଙ୍କ ବେଶ ଭାବବିହ୍ୱଳ ହୋଇଯାଇଥିଲେ। ଏହାର ଫାଇଦା ଉଠାଇ ସେ ବୃଦ୍ଧଙ୍କୁ ବିଭିନ୍ନ ଆଳରେ ଟଙ୍କା ମାଗିବା ଆରମ୍ଭ କରିଥିଲେ। କେତେବେଳେ ନିଜ ଦେହ ତ ଆଉ କେତେବେଳେ ପିଲାମାନଙ୍କ ଦେହ ଖରାପ ଥିବା କହି ଟଙ୍କା ନେଇଥିଲେ।

କିଛି ଦିନ ପରେ ବୃଦ୍ଧଙ୍କୁ ହ୍ୱାଟସଆପରେ କବିତା ନାମକ ଆଉ ଜଣେ ମହିଳା ଯୋଗାଯୋଗ କରିଥିଲେ। ସେ ନିଜକୁ ଶାର୍ବିଙ୍କ ବନ୍ଧୁ ବୋଲି କହିଥିଲେ। ବୃଦ୍ଧଙ୍କ ସହ ସେ ମଧ୍ୟ ବନ୍ଧୁତା କରିବାକୁ ଚାହୁଁଥିବା ଜଣାଇଥିଲେ। ସମୟକ୍ରମେ ସେ ବୃଦ୍ଧଙ୍କୁ ବିଭିନ୍ନ ପ୍ରକାରର ଅଶ୍ଲୀଳ ଫଟୋ ପଠାଇଥିଲେ ଓ ତାଙ୍କୁ ଟଙ୍କା ମାଗିଥିଲେ।

Advertisment

ଶାର୍ବି ଓ କବିତାଙ୍କ ପରେ ସେହି ବର୍ଷ ଡିସେମ୍ବର ମାସରେ ବୃଦ୍ଧଙ୍କ ସହ ଯୋଡ଼ି ହୋଇଥିଲେ ଦିନାଜ ନାମକ ମହିଳା। ସେ ନିଜକୁ ଶାର୍ବିଙ୍କ ଭଉଣୀର ପରିଚୟ ଦେଇଥିଲେ। ଦିନାଜ ବୟସ୍କ ବ୍ୟକ୍ତିଙ୍କୁ କହିଥିଲ ଯେ ଶାର୍ବିଙ୍କ ଦେହାନ୍ତ ହୋଇ ଯାଇଛି ଓ ସେ ତାଙ୍କୁ ହସ୍ପିଟାଲ ବିଲ ଦେବାକୁ କହିଛନ୍ତି।

ଏହାପରେ ଦିନାଜ ବୃଦ୍ଧଙ୍କୁ ଶାର୍ବିଙ୍କ ସହ ସେ କଥା ହୋଇଥିବା ମେସେଜର ସ୍କ୍ରିନ ଶଟ ଶେୟାର କରି ଟଙ୍କା ଲୁଟିବା ଆରମ୍ଭ କରିଥିଲେ। ଯେତେବେଳେ ବୃଦ୍ଧ ଜଣଙ୍କ ଡିନାଜଙ୍କୁ ଟଙ୍କା ମାଗିଥିଲେ ସେତେବେଳେ ସେ ଆତ୍ମହତ୍ୟା କରିବାର ଧମକ ଦେଇଥିଲେ। ବୃଦ୍ଧଙ୍କ ସମସ୍ୟା ଏହିଠାରେ ସରି ନଥିଲା କିଛି ଦିନ ପରେ ତାଙ୍କ ଜୀବନକୁ ଆସିଥିଲେ ଯସ୍ମୀନ। ସେ ନିଜକୁ ଡିନାଜଙ୍କ ବନ୍ଧୁର ପରିଚୟ ଦେଇ ସହାୟତା ମାଗିଥିଲେ। ବୃଦ୍ଧ ଜଣଙ୍କ ତାଙ୍କୁ ମଧ୍ୟ ଟଙ୍କା ପଠାଇଥିଲେ।

୨୦୨୩ ଏପ୍ରିଲ ମାସରୁ ୨୦୨୫ ଜାନୁଆରୀ ମାସ ମଧ୍ୟରେ ବୟସ୍କ ବୃଦ୍ଧ ଜଣଙ୍କ ୭୩୪ ଟ୍ରାଞ୍ଜାକସନ ଜରିଆରେ ମୋଟ ୮.୭ କୋଟି ଟଙ୍କା ଦେଇଛନ୍ତି। ସେ ନିଜର ଜମା ଅର୍ଥ ସହ ଜ୍ୱାଇଁଙ୍କ ଠାରୁ ୨ ଲକ୍ଷ ଟଙ୍କା ଋଣ ଆଣି ମହିଳାମାନଙ୍କୁ ଦେଇଥିଲେ। ସେହିପରି ସେ ତାଙ୍କ ପୁଅଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ମାଗିଥିଲେ। ତେବେ ଏବେ ବୃଦ୍ଧଙ୍କ ପୁଅ ସନ୍ଦେହ କରି ସବୁ କଥା ପଚାରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି।

ଚଳିତ ବର୍ଷ ଜୁଲାଇ ୨୨ରେ ସାଇବର ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲେ। ଏବେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Cyber Crime Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ