Advertisment

ମମିତା ହତ୍ୟା ମାମଲା ତଦନ୍ତର ତଦାରଖ କରିବେ ଅବସରପ୍ରାପ୍ତ ଜଜ୍

କେତେବାଟ ଗଲା ମମିତା ହତ୍ୟା ମାମଲାର ତଦନ୍ତ ? କାହା ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ? କେଉଁ କେଉଁ ଅଭିଯୋଗ ଏବଂ ପ୍ରମାଣ ହାତେଇଛି ବଲାଙ୍ଗିର ପୋଲିସ ? ବିସ୍ତୃତ ତଥ୍ୟ ଜାଣିବାକୁ ଚାହିଁଥିଲେ ହାଇକୋର୍ଟ। ଏହାସହ ରାଜ୍ୟ ସରକାରଙ୍କୁ ମାଗିଥିଲେ ଷ୍ଟାଟସ୍ ରିପୋର୍ଟ।

ଅଦ୍ୟତନ ହୋଇଛି
Mamita Murder Case

Mamita Murder Case

Advertisment

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ତଦନ୍ତର ତଦାରଖ କରିବେ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏବିଏସ୍ ନାଇଡୁ ଏହି ମାମଲାରେ ତଦନ୍ତର ତଦାରଖ କରିବାକୁ ହାଇକୋର୍ଟ ତାଙ୍କୁ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି। ଏଥିପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର। ମାମଲାର ତଦନ୍ତର ତଦାରଖ ଜଣେ କାର୍ଯ୍ୟରତ, କିମ୍ବା ଅବସରପ୍ରାପ୍ତ ଜଜ୍‌ଙ୍କ ଦ୍ୱାରା କରିବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର। ମମିତା ହତ୍ୟା ମାମଲାରେ ତଦନ୍ତ ଏବେ କଳାହାଣ୍ଡି ପୋଲିସ କରୁଛି।

Advertisment

ମମିତାଙ୍କ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଲମ୍ବା ସମୟ ଧରି ତଦନ୍ତ ଜାରି ରହିିବା ଦ୍ୱାରା ପରିବାର ଲୋକେ ମାନସିକ ଚାପରେ ଥିବା ଦର୍ଶାଇଥିଲେ। ତାସହ ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ହାଇକୋର୍ଟରେ ଅପିଲ କରିବା ସହ ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ, ଏସ୍ପି ଏବଂ ସିନ୍ଧେକେଲା IICଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରିଥିଲେ। ଏହାକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତଦନ୍ତର ଷ୍ଟାଟସ୍ ରିପୋର୍ଟ ମାଗିଥିଲେ।

କେତେବାଟ ଗଲା ମମିତା ହତ୍ୟା ମାମଲାର ତଦନ୍ତ ? କାହା ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ? କେଉଁ କେଉଁ ଅଭିଯୋଗ ଏବଂ ପ୍ରମାଣ ହାତେଇଛି ବଲାଙ୍ଗିର ପୋଲିସ ? ବିସ୍ତୃତ ତଥ୍ୟ ଜାଣିବାକୁ ଚାହିଁଥିଲେ ହାଇକୋର୍ଟ। ଏହାସହ ରାଜ୍ୟ ସରକାରଙ୍କୁ ମାଗିଥିଲେ ଷ୍ଟାଟସ୍ ରିପୋର୍ଟ। କାରଣ ମମିତା ହତ୍ୟା ମାମଲାକୁ ଦେଢ ମାସେ ବିତିଗଲାଣି। ତଥାପି ସରିନି ତଦନ୍ତ ପ୍ରକ୍ରିୟା। ତାହାରି ଭିତରେ କମ୍ପୁଛି ରାଜନୈତିକ ମୈଦାନ। 

Advertisment
Odisha Police Mamita Murder Case High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ