Advertisment

ପ୍ରେସମିଟ୍‌ କଲେ କିନ୍ତୁ ମନ୍ତ୍ରୀଙ୍କ ନାଁ ଧରିଲେନି

ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ଉପରେ ଉଠାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଦାୟିତ୍ୱର ସହ ସଠିକ୍ ଭାବେ ମାମଲାର ତଦନ୍ତ କରାଯାଉଛି।

DIG Pressmeet

DIG Pressmeet

Advertisment

ସମ୍ୱଲପୁର: ମମିତା ମେହେର ହତ୍ୟା ମାମଲାର ତଦନ୍ତ ପ୍ରସଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ପ୍ରେସମିଟ୍ କରିଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଆଜି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ଉପରେ ଉଠାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଦାୟିତ୍ୱର ସହ ସଠିକ୍ ଭାବେ ମାମଲାର ତଦନ୍ତ କରାଯାଉଛି। ମାମଲାରେ ଏଯାବତ ୧୦୦ ଜଣ ସାକ୍ଷୀଙ୍କର ୧୬୧ ବୟାନ ରେକର୍ଡ ହୋଇଛି। କୋର୍ଟଙ୍କୁ ଏଫଆଇର ପ୍ରଦାନ କରାଯିବାରେ ଆଦୌ ବିଳମ୍ବ ହୋଇନାହିଁ। ୧୩, ୧୪ ଓ ୧୫ ତାରିଖ ଛୁଟି ପଡ଼ିଥିବାରୁ ୧୬ ତାରିଖରେ କେସ୍ ଡାଏରୀ ଦିଆଯାଇଥିଲା।

Advertisment

ସେହିଭଳି ଗତ ଅକ୍ଟୋବର ୧୩ ରାତି ୧୨.୫୦ରେ ଥାନାରେ ଏତଲା ରୁଜୁ କରାଯାଇଥିଲା। ଏହି ଏତଲାକୁ ୨୪ ଘଣ୍ଟା ଭିତରେ ସିସିଟିଏନ୍ଏସରେ ଅପଲୋଡ୍ କରାଯାଇଛି। ସାଧାରଣ ଲୋକେ ଚାହିଁଲେ ତାହାକୁ ଆକ୍ସେସ୍ କରିପାରିବେ। ଥରେ ଡିଜିଟାଲି ଅପଲୋଡ୍ ହେବା ପରେ ତାକୁ ପରିବର୍ତ୍ତନ କରିବା ସମ୍ଭବ ନୁହେଁ। ସେହି ଦିନ ହି ପୋଲିସ କୋର୍ଟକୁ ଏଫଆଇଆର କପି ପଠାଇଥିଲା। ପୋଲିସ ପେଷାଗତ ଭାବେ ସମସ୍ତ ସାଇଣ୍ଟିଫିକ୍, ଟେକନିକାଲ, ଫୋରେନ୍ସିକ ତଥ୍ୟକୁ ଆଧାର କରି ତଦନ୍ତ କରୁଛି ବୋଲି ଦୀପକ କୁମାର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଛି, ତାହା ସିଡିରେ ଉଲ୍ଲେଖ କରାଯାଇଛି। ଯାହାବି ଅଭିଯୋଗ ହୋଇଥିଲା, ସିଡିରେ ତାହା ଉଲ୍ଲଖେ ନାହିଁ ବୋଲି ଅଭିଯୋଗ ହୋଇଥିଲା। ଯେଉଁ ସିଡିକୁ ନେଇ କ୍ରାଇମସିନ୍ କଥା କୁହାଯାଉଛି, ତାହା ଅଭିଯୁକ୍ତର କୋର୍ଟ ଚାଲାଣ ବେଳର ରିପୋର୍ଟ ବୋଲି ଦୀପକ କୁମାର କହିଛନ୍ତି।

Advertisment

ସେଥିପାଇଁ ପୋଲିସ ବିରୋଧରେ ଯାହାବି ଅଭିଯୋଗ ଆସୁଛି, ତାହା ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ। ତେବେ ପ୍ରେସମିଟ୍‌ କରି ମନ୍ତ୍ରୀ ପରୋକ୍ଷରେ ଦିବ୍ୟଶଙ୍କରଙ୍କୁ କ୍ଲିନ୍‌ଚିଟ୍ ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି। ଆଜିର ପ୍ରେସମିଟ୍‌ରେ କୌଣସି ନୂଆ ସୂଚନା ଦେଇନଥିଲେ ଡିଆଇଜି ବରଂ ପରୋକ୍ଷରେ ମନ୍ତ୍ରୀଙ୍କୁ କ୍ଲିନଚିଟ୍‌ ଦେଇଥିଲେ। କାହିଁକିନା ଯାହାଙ୍କ ପାଇଁ ସାରା ରାଜ୍ୟରେ ତୁମ୍ବିତୋଫାନ ସେହି ପ୍ରସଙ୍ଗ ଉପରେ କିଛି କହିନାହାନ୍ତି। ଯେଉଁ ସବୁ ଅଭିଯୋଗ ମନ୍ତ୍ରୀଙ୍କ ନାଁରେ ଥିଲା, ସେସବୁ ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। 

Police DIG Mamita Murder Case Minister Dibya Shankar Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ