Advertisment

ବଢ଼ୁଛି ସନ୍ଦେହ ! ମହାଲିଙ୍ଗ କଲେଜର ଦୁଇ ଲେଡିଜ୍‌ ହଷ୍ଟେଲରେ ପଶିଲା ପ୍ରଶାସନ

ମହାଲିଙ୍ଗ କଲେଜ ହଷ୍ଟେଲ୍‌ରେ ତନାଘନା । କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଲେଡିଜ୍ ହଷ୍ଟେଲରେ ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇପଡିଥିବା ମହାଲିଙ୍ଗ କଲେଜର ଏହି ୨ଟି ଲେଡିଜ ହଷ୍ଟେଲରେ ହେଉଛି ତନାଘନା ।

Mamita Meher Murder Case

Mamita Meher Murder Case

Advertisment

ମହାଲିଙ୍ଗ କଲେଜ ହଷ୍ଟେଲ୍‌ରେ ତନାଘନା । କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଲେଡିଜ୍ ହଷ୍ଟେଲରେ ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇପଡିଥିବା ମହାଲିଙ୍ଗ କଲେଜର ଏହି ୨ଟି ଲେଡିଜ ହଷ୍ଟେଲରେ ହେଉଛି ତନାଘନା । ଧର୍ମଗଡ ଉପଜିଲ୍ଲାପାଳ ସଚିନ ପାୱାରଙ୍କ ନେତୃତ୍ୱରେ ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ନିର୍ମଳ ସାହୁ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ହଷ୍ଟେଲର କାଗଜପତ୍ର ଯାଞ୍ଚ କରାଯାଇଛି ।

Advertisment

ସେପଟେ ମହାଲିଙ୍ଗ କଲେଜ କମିଟି ପକ୍ଷରୁ ଆଜି ଅଭିଭାବକ ମାନଙ୍କ ବୈଠକ ଡକାଯାଇଥିଲା । ବୈଠକରେ ଯୋଗଦେଇଥିବା ଅଭିଭାବକମାନେ ଉପଜିଲ୍ଲାପାଳଙ୍କୁ ମଧ୍ୟ ଭେଟିଥିଲେ । ସେମାନେ ଛାତ୍ରୀଙ୍କ ସୁରକ୍ଷା ଓ ରହିବା ବ୍ୟବସ୍ଥା କରିବା ସହ ଅନଲାଇନରେ ଶିକ୍ଷା ଚାଲୁ ରଖିବାକୁ ଉପଜିଲ୍ଲାପାଳଙ୍କୁ କହିଥିଲେ ।

Advertisment

ପୂର୍ବରୁ ଅନେକ ଅଭିଭାବକ ଏହି କଲେଜରୂ ନିଜ ପିଲାଙ୍କ ଟିସି ନେଇଯାଇଛନ୍ତି । ମମିତା ମେହେର ହତ୍ୟା ମାମଲା ପରେ ଏହି କଲେଜ ବିବାଦୀୟ ହୋଇପଡ଼ିଛି । ଯାହାକୁ ନେଇ ଅଭିଭାବକମାନେ ବ୍ୟସ୍ତ ହୋଇପଡ଼ିଥିଲେ । ନିଜ ପିଲାଙ୍କ ପ୍ରତି ବିପଦ ଥିବା ଆଶଙ୍କା କରି ସେମାନେ ଟିସି ନେଇଯାଇଛନ୍ତି । ତେବେ ଏଭଳି ଟିସି ସଂଖ୍ୟା ଧିରେ ଧିରେ ବଢ଼ିବା ପରେ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଭାବକ ଓ ଗଣମାଧ୍ୟମକୁ ବୁଝାଯାଇଥିଲା ।  

ସେପଟେ ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡିରେ କଂଗ୍ରେସ ପକ୍ଷରୁ ବାଇକ୍ ଶୋଭାଯାତ୍ରା କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବାଇକ୍ ଶୋଭାଯାତ୍ରା କରାଯାଇଛି । ଭବାନୀପାଟଣାରୁ ବାହାରିଥିବା ଏହି ଶୋଭାଯାତ୍ରା ନର୍ଲା, ଏମ୍. ରାମପୁର, କର୍ଲାମୁଣ୍ଡା, କେସିଙ୍ଗାର ସରିଥିଲା । ଏହି ଅବସରରେ ଭକ୍ତ ଦାସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ମମିତା ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ଏଣୁ ସେ ନିଜେ ଇସ୍ତଫା ଦେବା ଜରୁରୀ । ମମିତା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ଅନେକ ବଡ଼ ବଡ଼ ଲୋକ ସାମିଲ୍ ଅଛନ୍ତି ବୋଲି ଭକ୍ତ କହିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଇସ୍ତଫା ଦିଅନ୍ତୁ ନ ହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଉ ବୋଲି ଭକ୍ତ ଦାବି କରିଛନ୍ତି ।

Advertisment

ଖାଲି ସେତିକି ନୁହେଁ ଏହି ମାମଲାରେ କେବଳ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୁହଁନ୍ତି ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ବଡ଼ ଲୋକମାନେ ବି ସାମିଲ ଥିବା ଅଭିଯୋଗ କରିଛନ୍ତି ଭକ୍ତ ଦାସ। ବଡ଼ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ସେ ଅଭିଯୋଗ କରିଛନ୍ତି।

Bhakta Charan Das Mamita Meher Murder Case Mahalinga College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ