Advertisment

ମାଲକାନଗିରି ପାଲଟିଛି ଗଞ୍ଜେଇ ଚାଷ ‘ସେଫ୍ ହେଭେନ୍’; ଧରାପଡ଼ୁଛନ୍ତି ଆଦିବାସୀ-ଛୁ’ ମାରୁଛନ୍ତି ମାଷ୍ଟର୍ ମାଇଣ୍ଡ

ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍।

undefined

Ganja Farming

Advertisment

ମାଲକାନଗିରି ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍। ବେଫିକର ଭାବେ ଏଠି ଗଞ୍ଜେଇ ଚାଷ କରୁଛନ୍ତି ବାହାର ରାଜ୍ୟର ମାଫିଆ। ଧରାପଡ଼ୁଛନ୍ତି ଆଦିବାସୀ କିନ୍ତୁ ମାଫିଆ ହେଉଛନ୍ତି ମାଲେମାଲ୍। କେମିତି ମାଲକାନଗିରିରେ ଚେର ଜମାଇ ଚାଷ ହେଉଛି ଗଞ୍ଜେଇ ।

Advertisment

ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍। ଠିକ୍ ପଢିଲେ, ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ହେଉଛି ମାଲକାନଗିରି। ଏବେ ଗଲା କିଛି ବର୍ଷ ଧରି ମାତିଛନ୍ତି ବାହାର ରାଜ୍ୟର ମାଫିଆ। ଓଡ଼ିଶା ବାହାରେ ବସି ଏଠି ଚଲାଇଛନ୍ତି ଗଞ୍ଜେଇ ରାଜ୍। ମାଳରେ ବସବାସ କରୁଥିବା ଲୋକଙ୍କୁ ହାତ କରି ସେମାନଙ୍କୁ କାମରେ ଲଗାଇ ଏହି ବେଆଇନ କାରବାର ଚାଲୁଛି। ଏପରିକି ଉନ୍ନତମାନର ବିହନ ଆଣି ଏହାକୁ ଚାଷ କରାଯାଉଥିବା ବି ଅଭିଯୋଗ ରହିଛି। କୁହାଯାଉଛି ଓଡ଼ିଶାର ଗଞ୍ଜେଇ ବାହାର ରାଜ୍ୟରେ ବେଶ୍ ଚାହିଦା। ଏମିତିକି ମେଟ୍ରୋ ସିଟିରେ ଚଢ଼ା ଦରରେ ଏସବୁ ବିକ୍ରି ହୁଏ। ଓଡ଼ିଶାରେ ବେଆଇନ ଗଞ୍ଜେଇ ବେପାର କରି ବାହାର ରାଜ୍ୟର ମାଫିଆ ମାଲେମାଲ୍। 

ମାଲକାନଗିରିର ସ୍ବାଭିମାନ ଅଞ୍ଚଳ, ମାଥେଲି, କାଲିମେଳାର ଶହ ଶହ ହେକ୍ଟରରେ ଏବେ ଚାଷ ହେଉଛି ଗଞ୍ଜେଇ। ପୂର୍ବରୁ ଗଞ୍ଜେଇ ଚାଷ ପଛରେ ମାଓବାଦୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହେଉଥିଲା। ହେଲେ ଏବେ ମାଓ ଗତିବିଧି କମିଛି କିନ୍ତୁ ଗଞ୍ଜେଇ ଚାଷ କମିବ କଣ ବଢ଼ିବାରେ ଲାଗିଛି। ପୋଲିସର ତଥ୍ୟ ଅନୁସାରେ ଗତବର୍ଷ ୩୬ ଟନ୍ ଯାହାର ଆନୁମାନିକ ମୂଲ୍ୟ ୧୮୦ କୋଟିର ଗଞ୍ଜେଇ ଜବତ କରିଥିଲା ପୋଲିସ୍ । 

Advertisment

ଏବର୍ଷ ୨୦ ଟନ ଗଞ୍ଜେଇ ଜବତ କଲାଣି। ତଥାପି କାହିଁକି ବ୍ରେକ୍ ଲାଗୁନି ଏ ବେଆଇନ କାମରେ ? ଅଭିଯୋଗ ହେଉଛି କି, ବାହାର ରାଜ୍ୟରୁ ମାଫିଆ, ନିରୀହ ଆଦିବାସୀଙ୍କୁ ଏ କାମରେ ନିୟୋଜିତ କରୁଛନ୍ତି । ଗିରଫ ହେଲା ବେଳେ ସ୍ଥାନୀୟ ଲୋକେ ବଳି ପଡ଼ୁଛନ୍ତି କିନ୍ତୁ ମାଫିଆଙ୍କୁ ଧରି ହେଉନି। ଗଞ୍ଚ ଜଙ୍ଗଲରେ ଚାଷ ହେଉଥିବାରୁ ରେଡ୍ ବେଳେ ଫେରାର ମାରୁଛନ୍ତି ମାଷ୍ଟର୍ ମାଇଣ୍ଡ। ମାଲକାନଗିରିକୁ ଗଞ୍ଜେଇ ମୁକ୍ତ କରିବାକୁ ହେଉଥିବା ଅପରେସନ୍ କେବେ ସଫଳ ହେଉଛି ତା ଦେଖିବାକୁବାକି ରହିଲା।

Malkangiri Ganja Farming Ganja Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ