• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହର ୬ ମାସ ପରେ ଆତ୍ମହତ୍ୟା କଲେ ଯୁବକ । ଗର୍ଭବତୀ ସ୍ତ୍ରୀକୁ ଏକା କରି ସବୁ ଦିନ ପାଇଁ ଚାଲିଗଲେ । ମହାରାଷ୍ଟ୍ରର ଜଣେ ଯୁବକ ବିହାରର ଗୋପାଳଗଞ୍ଜରେ ଆତ୍ମହତ୍ୟା କରିଛନ୍ତି । ଶନିବାର ସକାଳେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ନଗର ଥାନା ଅନ୍ତର୍ଗତ ରାମନରେଶ ନଗର ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ମୃତ ଯୁବକ ଜଣକ ହେଲେ ମହାରାଷ୍ଟ୍ରର ଖାନପୁର ଥାନା ଅନ୍ତର୍ଗତ ସାଙ୍ଗଲି ବାଗବରଡେ ଗାଁର ଜ୍ୟୋତିରାମ ସିନ୍ଦେଙ୍କ ପୁଅ ସାଗର ବିଠଲ ସିନ୍ଦେ । ସାଗର ତାଙ୍କ ସ୍ତ୍ରୀ ସହିତ ଏକ ଭଡା ଘରେ ରହୁଥିଲେ । ମାତ୍ର ୬ ମାସ ପୂର୍ବରୁ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସଦର ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

ମୃତକ ଭଡ଼ା ଘରେ ରହି ସୁନା ଓ ରୂପା ତରଳାଇବାର ବ୍ୟବସାୟ କରୁଥିଲେ । ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଗୋପାଳଗଞ୍ଜର ଏକ ଭଡା ଘରେ ରୁହନ୍ତି । ମୃତକଙ୍କ ସମ୍ପର୍କୀୟ କହିଛନ୍ତି, ପ୍ରତିଦିନ ସକାଳ ଆଠଟା ବେଳେ ସାଗର ଦୋକାନକୁ ଆସୁଥିଲେ, କିନ୍ତୁ ଶନିବାର ଦିନ ସେ ଦୋକାନ ନଖୋଲିବାରୁ ତାଙ୍କୁ ଫୋନ୍‌ କରିଥିଲେ । ହେଲେ ଯେତେ ଫୋନ୍‌ କଲେ ସୁଦ୍ଧା ସାଗର୍‌ ଫୋନ୍‌ ଉଠାଇ ନଥିଲେ । ସନ୍ଦେହ ହେବାରୁ ଘର ନିକଟରେ ପହଞ୍ଚି ଯାଇଥିଲେ ସମ୍ପର୍କୀୟ । ହେଲେ ଘର ଭିତର ପଟୁ ବନ୍ଦ ଥିଲା । ଝରକା ଦେଇ ଘର ଭିତରକୁ ଚାହିଁବା ପରେ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ଏକ ଓଢ଼ଣୀରେ ଝୁଲି ପଡ଼ିଥିଲେ ସାଗର । ତୁରନ୍ତ ଏସମ୍ପର୍କରେ ପୋଲିସ୍‌କୁ ଖବର କରାଯାଇଥିଲା ।

ସାଗର ମାତ୍ର ୬ ମାସ ପୂର୍ବରୁ ମହାରାଷ୍ଟ୍ରର ଖାନପୁର ଗାଁର ପ୍ରିୟଙ୍କା ସିନ୍ଦେଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କ ସ୍ତ୍ରୀ ଦୁଇ ମାସର ଗର୍ଭବତୀ ମଧ୍ୟ ଥିଲେ । ଗତ ଶୁକ୍ରବାର ଦିନ ଶ୍ୱଶୁର ଘର ଲୋକଙ୍କ ସହ ସ୍ତ୍ରୀକୁ ମହାରାଷ୍ଟ୍ର ପଠାଇଥିଲେ । ଖୁବ୍‌ ହସଖୁସରେ କଟୁଥିଲା ଜୀବନ । ହେଲେ ଏତିକି ଦିନ ଭିତରେ କ’ଣ ହେଲା କେଜାଣି ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଛନ୍ତି ସାଗର ।

ବର୍ତ୍ତମାନ ସାଗରର ମୃତଦେହ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇ ଦେଇଛି ପୋଲିସ୍‌ । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ସେ ଦିଗରେ ତଦନ୍ତ ଆରମ୍ଭ ହୋଇଛି ।