• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବର୍ବରତାର ସୀମା ଟପିଲା ବ୍ୟୁରୋକ୍ରାଟ୍‌ ବାପାର ପୁଅ । କ୍ଷମତା ନିଶାରେ ଅନ୍ଧ ହୋଇ ଇନ୍ଦ୍ରଚନ୍ଦ୍ର ମାନିବାକୁ ନାରାଜ । ଯେଉଁ ଯୁବତୀଙ୍କ ସହ ୪ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ, ତାଙ୍କ ଜୀବନ ନେବାକୁ ଚେଷ୍ଟା କରିଛନ୍ତି । କୌଣସି କଥାରେ ମନାନ୍ତର ହେବାରୁ ପ୍ରେମିକା ଉପରେ ଗାଡି ଚଢ଼ାଇ ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ଥାଣେ ଅଂଚଳରେ ଦେଖିବାକୁ ମିଳିଛି।

ଅଭିଯୁକ୍ତ ଜଣକ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ରାଜପଥ ଉନ୍ନତିକରଣ କର୍ପୋରେସନ (MSRDC)ର ଏମ୍‌ଡି ଅନୀଲ କୁମାର ଗାଏକୱାଡଙ୍କ ପୁଅ ଅଶ୍ୱଜିତ ଗାଏକୱାଡ । ଘଟଣା ଦିନ ପ୍ରେମିକା ପ୍ରିୟା ସିଂକୁ ଥାନେର ଏକ ହୋଟେଲ ନିକଟକୁ ଡକାଇଥିଲେ ଅଶ୍ୱଜିତ ଗାଏକୱାଡ । ହେଲେ କୌଣସି କାରଣକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଏହାପରେ ଅଶ୍ୱଜିତଙ୍କ ସମେତ ତାଙ୍କ ୩ ସାଙ୍ଗ ପ୍ରିୟାଙ୍କୁ ପ୍ରବଳ ମାରପିଟ କରିଥିଲେ । ଜୀବନ ବିକଳରେ ସେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ ।

ଏତିକିରେ ତାଙ୍କ ମନ ବୁଝିଲାନି ଯେ ପ୍ରେମିକ ଅଶ୍ୱଜିତ ତାଙ୍କୁ ଗାଡି ଚଢ଼ାଇ ମାରି ଦେବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ କାର ଧକ୍କାରେ ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଚିକିତ୍ସା କରାଯାଉଛି । ନିର୍ଦ୍ଦୟ ପ୍ରେମିକର ଏଭଳି ବର୍ବର କାଣ୍ଡକୁ ଯୁବତୀ ଜଣଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମହାରାଷ୍ଟ୍ରର କସରବାଦାବଲୀ ପୋଲିସ ଏନେଇ ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ । ...