Advertisment

ମାହାଙ୍ଗା ଡବଲ ମର୍ଡର: ପୋଲିସ ହାତରେ ୩ ଦିନ ସମୟ !

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ସେତେବେଳେ ନୂଆ ମୋଡ଼ ନେଇଥିଲା ଯେତେବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

Mahanga Double murder case

Mahanga Double murder case

Advertisment

ସାଲେପୁର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ଆସନ୍ତା ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାସହ ମାମଲାରେ ସଂପୃକ୍ତି ନେଇ ୩ ଜଣଙ୍କ ସିଡିଆର୍ ରିପୋର୍ଟ କୋର୍ଟ ମାଗିଛନ୍ତି। ୨୯ ତାରିଖ ସୁଦ୍ଧା ପୋଲିସ୍ ଏସବୁ କୋର୍ଟରେ ଦାଖଲ କରିବ।

Advertisment

ପୂର୍ବରୁ ନଭେମ୍ବର ୨୫ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଥିବା ବେଳେ ଏନେଇ ଅଧିକ ସମୟ କୋର୍ଟଙ୍କ ପାଖରେ ମାଗିଥିଲା ମାହାଙ୍ଗା ପୋଲିସ୍। ସେହିଭଳି ଗତ ସପ୍ତାହରେ ମାମଲାର ଶୁଣାଣି କରି କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ମୃତ ପ୍ରଫୁଲ୍ଲ ବିଶ୍ୱାଳ ଏବଂ ମନ୍ତ୍ରୀଙ୍କ ୨ ସହଯୋଗୀ ବାପି ବିଶ୍ୱାଳ ଏବଂ ଶରତ ନାୟକଙ୍କ ସିଡିଆର୍ ମାଗିଥିଲେ।

ମାହାଙ୍ଗାର ବିଜେପି ନେତା ଦିବ୍ୟସିଂହ ବରାଳ ଓ କୂଳମଣି ବରାଳଙ୍କ ନିର୍ମମ ହତ୍ୟା ମାମଲାରେ ଏବେ ତଦନ୍ତ ଚାଲିଛି। ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବା ବେଳେ ଚାର୍ଜସିଟରେ ବାଦ୍ ଦିଆଯାଇଥିବାରୁ ଏହା ବିରୋଧରେ ମାମଲା ଦାଏର ହୋଇଥିଲା। 

Advertisment

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ସେତେବେଳେ ନୂଆ ମୋଡ଼ ନେଇଥିଲା ଯେତେବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ। ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ପ୍ରୋଟେଷ୍ଟ ପିଟିସନ ଦେଇଥିଲେ । ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ନଥିବାରୁ କୋର୍ଟରେ ପିଟିସନ କରିଥିଲେ ରମାକାନ୍ତ । 

ଗତ ଜାନୁଆରୀ ୨ରେ କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରେ ନୃତ୍ତାଙ୍ଗ ସ୍ଥିତ ଘରକୁ ଫେରୁଥିବାବେଳେ ଜଙ୍କୋଟି ଗାଁ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁହେଁ ବାଇକ୍‌ରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ସେମାନଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Advertisment

କୁଳମଣି ଓ ଦିବ୍ୟସିଂହଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା।

Odisha Police Mahanga Double Murder JMFC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ