Advertisment

କାର୍ ଭିତରେ ହିଁ ମମିତାଙ୍କୁ ହତ୍ୟା !

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାଷ୍ଟରମାଇଣ୍ଡ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁଙ୍କୁ ଧରିଛି।

lady Teacher Missing Case

lady Teacher Missing Case

Advertisment

ମହାଲିଙ୍ଗ ମିଷ୍ଟ୍ରି ତଥା ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ବଡ଼ ଖୁଲାସା। କାର୍ ଭିତରେ ହିଁ ମମିତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। OD-08K-1002 ନମ୍ବର ବିଶିଷ୍ଚ କାର୍‌ରେ ହିଁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ୮ ତାରିଖରେ ମମିତାଙ୍କୁ କାର୍‌ରେ ନେଇ ଗୋବିନ୍ଦ ଆସିଥିଲା। କାର୍ ଭିତରେ ହିଁ ମମିତାଙ୍କ ସହ ଗୋବିନ୍ଦର ବଚସା ହୋଇଥିଲା। ବଚସା ପରେ କାର୍‌ରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିବା ସୂଚନା ମିଳିଛି। ହତ୍ୟା ପରେ ୮ ତାରିଖ ବିଳମ୍ବିତ ରାତିରେ ମୃତଦେହକୁ ପୋତା ଯାଇଥିଲା ବୋଲି ଜଣାପଡ଼ିଛି।

Advertisment

୧୪ ତାରିଖରେ କାର୍‌କୁ ପୋଲିସ ଜବତ କରିଥିଲା। ଜବତ କାର୍‌ରୁ ଗୋଟିଏ ପାଉଁଜି, ପେଟ୍ରୋଲ ଜାର୍ ମିଳିଥିଲା। ଗତକାଲି ମିଳିଥିବା ମୃତଦେହ ନିକଟରୁ ଗୋଟିଏ ପାଉଁଜି ମିଳିଛି। ତେବେ ୬ ତାରିଖରେ ହିଁ ଗାତ ଖୋଳା ଯାଇଥିବା ସୂଚନା ମିଳିଛି। ତେଣୁ ମମିତାଙ୍କୁ ହତ୍ୟା ନେଇ ପୂର୍ବରୁ ଗୋବିନ୍ଦ ଯୋଜନା କରିଥିବା ସୂଚନା ମିଳିଛି। 

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରୁ ଶିକ୍ଷୟିତ୍ରୀ ନିଖୋଜ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠିବାରେ ଲାଗିଛି। ୧୨ ଦିନ ଧରି ଜାରି ଛକାପଞ୍ଝା ଏବଂ ତନାଘନା ଭିତରେ ଶେଷରେ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମାଷ୍ଟରମାଇଣ୍ଡ ମହାଲିଙ୍ଗ କଲେଜର ସଭାପତି ଗୋବିନ୍ଦ ସାହୁଙ୍କୁ ଧରିଛି। ଆଉ ଶେଷରେ ଗୋବିନ୍ଦ ସାହୁ ଅପରାଧ ସ୍ୱୀକାର କରିଥିବା ସୂଚନା ମିଳିଛି। ପୋଲିସର ଘନ ଘନ ଜେରା ପରେ ମମିତା ମେହେରଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।  ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସର ଜେରା କରୁଛି। ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନ୍‌ସି ଅଟକ ରଖିଛି। 

Advertisment
Bolangir Lady Teacher Missing Mamita Meher Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ