Advertisment

କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍; ଏସିଏଫଙ୍କ ଗାଡ଼ିକୁ ଭାଙ୍ଗିଦେଲେ

ରେଢ଼ାଖୋଲରେ କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍। କେନ୍ଦୁପତ୍ର ମାଫିଆ ବନବିଭାଗ ଏସିଏଫଙ୍କ ଗାଡ଼ିକୁ ଆକ୍ରମଣ କରିବା ସହ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଉଥିବା ଅଭିଯୋଗ

ACF Redhakhol

ACF Redhakhol

Advertisment

ରେଢ଼ାଖୋଲ:  ରେଢ଼ାଖୋଲରେ କେନ୍ଦୁପତ୍ର ମାଫିଆଙ୍କ ଆତଙ୍କରାଜ୍। କେନ୍ଦୁପତ୍ର ମାଫିଆ ବନବିଭାଗ ଏସିଏଫଙ୍କ ଗାଡ଼ିକୁ ଆକ୍ରମଣ କରିବା ସହ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। 

Advertisment

ରେଢ଼ାଖୋଲ ବନବିଭାଗ ଏସିଏଫ୍ ଦେବୀ ପ୍ରସାଦ ରାଉତଙ୍କ ଗାଡ଼ିକୁ କେନ୍ଦୁପତ୍ର ମାଫିଆ ଆକ୍ରମଣ କରିଛନ୍ତି।ଏ ନେଇ ଚାରମାଳ ଥାନାରେ ଅଭିଯୋଗ ହୋଇଛି । ଏସିଏଫଙ୍କ ଅଭିଯୋଗ ଆଧାରରେ ପୋଲିସ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏକ ପିକ୍ଅପ୍ ଗାଡ଼ି ଜବତ କରିବା ସହ ଜଣଙ୍କୁ ଅଟକ ରଖି ମାମଲାର ଖୋଳତାଡ଼ ଚଳାଇଛି।

ଏସିଏଫ୍ ସରକାରୀ ଗାଡିରେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଚାରମାଳ ଗରଗଡବାହାଲ ନିକଟରେ ୬ ଜଣ କେନ୍ଦୁପତ୍ର ମାଫିଆ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।  ତାଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ଜୀବନରୁ ମାରିଦେବାକୁ ଦୁର୍ବୃତ୍ତମାନେ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଏ ନେଇ ରେଢ଼ାଖୋଲ  ଏସଡିପିଓ ପ୍ରଶାନ୍ତ କୁମାର ମେହେର କହିଛନ୍ତି, ଏସିଏଫ ଦେବୀ ପ୍ରସାଦ ରାଉତରଙ୍କ ଅଭିଯୋଗ ଅନୁଯାୟୀ, ଆମେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛୁ। ଅଭିଯୋଗ ଆଧାରରେ ଗାଡି ଜବତ କରିଛୁ। ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛୁ। ତାଙ୍କ ଗାଡି ଭାଙ୍ଗି ଯାଇଛି। ତାଙ୍କୁ ଧମକ ଚମକ ବି ଦିଆଯାଇଛି। ତଦନ୍ତ ଚାଲିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Odisha News Redhakhol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ