Advertisment

ମହଙ୍ଗା ପଡ଼ିଲା ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା, ରାତି ଅଧରେ ଯୁବକଙ୍କୁ ଉଠାଇ ନେଲା ପୋଲିସ୍‌...

ମହଙ୍ଗା ପଡ଼ିଲା ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ଓ କ୍ୟାମେରା କଏଦ ଦୃଶ୍ୟ ଆଧାରରେ ପରିସ୍ରା କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Madhya Pradesh Man Who Peed On Tribal Labour Arrested

Madhya Pradesh Man Who Peed On Tribal Labour Arrested

ମହଙ୍ଗା ପଡ଼ିଲା ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା। ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ଓ କ୍ୟାମେରା କଏଦ ଦୃଶ୍ୟ ଆଧାରରେ ପରିସ୍ରା କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି। ମଧ୍ୟପ୍ରଦେଶରେ ଏହି ଘଟଣା ଘଟିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୋଲିସ୍‌ ‌ଅଭିଯୁକ୍ତକୁ ଗିରଫ କରିଛି। ତାଙ୍କ ନାଁ ପର୍‌ଭେଶ ଶୁକ୍ଳା। 

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ପରଭେଶ ସିଗାରେଟ୍‌ ଟାଣିବା ସହ ରାସ୍ତାରେ ବସିଥିବା ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଛନ୍ତି। ଏହା ଭାଇରାଲ୍‌ ହେବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ସେପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଦୋଷୀ ବିରୋଧରେ ଜାତୀୟ ସୁରକ୍ଷା ଆଇନ୍‌ ଅଧୀନରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପୋଲିସ୍‌ ସୂଚନା ଅନୁସାରେ, ଗିରଫଦାରୀରୁ ବର୍ତ୍ତିବା ପାଇଁ ପରଭେଶ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ବୁଲୁଥିଲେ। ବିଭିନ୍ନ ସ୍ଥାନରେ ପୋଲିସ୍‌ ଖୋଜାଖୋଜି କରିବା ପରେ ଗତକାଲି ବିଳମ୍ବିତ ରାତି ୨ଟା ତାଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା ଓ ପରେ ଗିରଫ କରିଥିଲା। ଜାତୀୟ ସୁରକ୍ଷା ଆଇନ୍‌, ଏସ୍‌ସି/ଏସ୍‌ଟି ଆଇନ୍‌ ଓ ଆଇପିସିର ବିଭିନ୍ନ ଧାରା ତାଙ୍କ ବିରୋଧରେ ଲାଗିଛି। ପରଭେଶଙ୍କ ପତ୍ନୀ ଓ ତାଙ୍କ ବାପାମା’ଙ୍କୁ ମଧ୍ୟ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।

Advertisment

ସେପଟେ କରାଉଣ୍ଡିର ପୀଡ଼ିତ ଦାସମାତ ରାଭତ(୩୬)ଭାଇରାଲ୍‌ ଭିଡିଓକୁ ଖଣ୍ଡନ କରିଛନ୍ତି। ଏହା ଫେକ୍‌ ବୋଲି ପୋଲିସ୍‌ ଜେରା ବେଳେ ସେ କହିଛନ୍ତି। ଭିଡିଓଟି ଫେକ୍‌ ଏବଂ ମିଥ୍ୟା ହୋଇଥିବା ବେଳେ ପରଭେଶଙ୍କୁ ଫସାଇବା ପାଇଁ ଏପରି କରାଯାଇଥିବା ଦାସମାତ ଏକ ଆଫିଡେଭିଟ୍‌ରେ କହିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଏହି ଆଫିଡେଭିଟ୍‌ ଜାଣିଶୁଣି କରାଯାଇଥିବା ଅଭିଯୋଗ ହୋଇଛି। କାରଣ ଏପର୍ଯ୍ୟନ୍ତ କୌଣସି କର୍ତ୍ତୃପକ୍ଷଙ୍କ ନିକଟରେ ଏହା ଦାଖଲ ହୋଇନାହିଁ। 

ପରଭେଶଙ୍କୁ ନେଇ ଏବେ ରାଜନୀତି ଜୋର ଧରିବାରେ ଲାଗିଛି। ବିଜେପି ବିଧାୟକ କେଦାରନାଥ ଶୁକ୍ଳାଙ୍କ ସହ ପରଭେଶଙ୍କ ଲିଙ୍କ୍‌ ଥିବା ଚର୍ଚ୍ଚା ହେଉଥିବା ବେଳେ ଉଭୟଙ୍କ ଫଟୋ ବି ଭାଇରାଲ ହେଉଛି। ହେଉଥିବା ଚର୍ଚ୍ଚାକୁ ନେଇ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି। କେଦାରନାଥ କହିଛନ୍ତି ‘ମୁଁ ପରଭେଶଙ୍କୁ ଜାଣିଛି, କାରଣ ସେ ମୋ ନିର୍ବାଚନମଣ୍ଡଳୀର। ହେଲେ ସେ କୌଣସି ପ୍ରତିନିଧି ନୁହଁନ୍ତି କି ବିଜେପି କର୍ମୀ’ ନୁହଁନ୍ତି।

Advertisment
Advertisment