Advertisment

ଆଇଫୋନ୍ ନିଶା; ଅନଲାଇନ୍‌ରେ ଅର୍ଡର କଲେ, ଟଙ୍କା ମାଗିବାରୁ ଡେଲିଭରି ବୟକୁ ମାରିଦେଲେ

ଆଇଫୋନ୍ ପାଇଁ ହତ୍ୟା । ଅନ୍‌ଲାଇନ୍‌ରେ ଆଇଫୋନ୍ ମଗାଇଲେ । ଡେଲିଭରି ମଧ୍ୟ ହେଲା । କିନ୍ତୁ ଡେଲିଭରି ବୟ ଫୋନ୍‌ ଦେଇ ଟଙ୍କା ମାଗିବାରୁ ତଣ୍ଟି ଚିପି ମାରିଦେଲେ ।

ଅଦ୍ୟତନ ହୋଇଛି
kills delivery agent

kills delivery agent

Advertisment

ଚାଞ୍ଚଲ୍ୟକର ଘଟଣା । ବୀଭତ୍ସ କାଣ୍ତ । ଚୋରି କରିବାର ନୂଆ ଉପାୟ। ଏମିତି ଚୋରି ଆପଣ କେବେ କଳ୍ପନା କରିପାରିବେନି । ଯାହା ଶୁଣିଲେ ମଧ୍ୟ ଆପଣ ହେବେ ଆଶ୍ଚର୍ଯ୍ୟ ଚକିତ। ଆଇଫୋନ୍ ପାଇଁ ହତ୍ୟା । ଅନ୍‌ଲାଇନ୍‌ରେ ଆଇଫୋନ୍ ମଗାଇଲେ । ଡେଲିଭରି ମଧ୍ୟ ହେଲା । କିନ୍ତୁ ଡେଲିଭରି ବୟ ଫୋନ୍‌ ଦେଇ ଟଙ୍କା ମାଗିବାରୁ ତଣ୍ଟି ଚିପି ମାରିଦେଲେ । ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ । 

Advertisment

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମୃତ ଡେଲିଭରି ବୟ ଜଣଙ୍କ ହେଲେ ଭରତ ସାହୁ । ବୟସ ୩୦ ବର୍ଷ ବୋଲି ଜଣାପଡ଼ିଛି । ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୌରେ ରହୁଥିବା ଗଜାନନ ଅନ୍‌ଲାଇନ୍‌ରେ ଆଇଫୋନ୍ ମଗାଇଥିଲେ।  ଗତ ୨୩ ତାରିଖରେ ଡେଲିଭରି ବୟ ଗଜାନନଙ୍କୁ ଫୋନ୍ ନିଜ ଘରେ ଦେଇଥିଲେ । ହେଲେ ଆଉ ଫେରିନଥିଲେ ଭରତ । 

ଆଇଫୋନ୍‌ ମୂଲ୍ୟ ଦେଢ଼ ଲକ୍ଷ ଥିବାବେଳେ ଗଜାନନଙ୍କୁ ଟଙ୍କା ମାଗିଥିଲେ ଭରତ। ଗଜାନନ ଟଙ୍କା ଦେବାକୁ ଅରାଜି ହୋଇଥିଲେ। ଏହାକୁ ନେଇ ଗଜାନନ ଓ ଭରତଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଗଜାନନ ଉତ୍ତ୍ୟକ୍ତ ହୋଇ ଭରତର ତଣ୍ଟିଚିପି ଦେଇଥିବା ଅଭିଯୋଗ ହୋଇଛି। ପରେ ଭରତଙ୍କ ମୃତଦେହକୁ ଅଖାରେ ଭିତରେ ପୂରାଇ ଇନ୍ଦିରା କେନାଲକୁ ଫିଙ୍ଗି ଦେଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ହତ୍ୟାକାଣ୍ଡରେ ଗଜାନନଙ୍କୁ ତାଙ୍କର ଜଣେ ସହଯୋଗୀ ସହଯୋଗ କରିଥିଲେ।

Advertisment

ଭରତ ୨ ଦିନ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକେ ଭରତକୁ ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ପରେ ୨୫ ଡିସେମ୍ବରରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପୋଲିସ ଭରତଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ କରିବା ସହ ସେ ଶେଷ ଥର ପାଇଁ କେଉଁଠିକି ଯାଇଥିଲେ ତାର ଖୋଳତାଡ଼ କରିଥିଲା। ପରେ ପୋଲିସ ଗଜାନନର ସହଯୋଗୀକୁ ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତ ସହଯୋଗୀ ପୋଲିସ ସମ୍ମୁଖରେ ସବୁ ସତ ମାନିଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ଗଜାନନଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଛି।  ଖୋଜାଖୋଜି ସତ୍ତ୍ୱେ ଏପର୍ଯ୍ୟନ୍ତ ଭରତଙ୍କ ମୃତଦେହ ମିଳିନାହିଁ। 

Smartphones IPhone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ