Crime
ମଣିଷ ନା ପଶୁ । କ’ଣ ସତରେ ଏତେ ନିଷ୍ଠୁର ହୋଇପାରେ ମଣିଷ ? ପତ୍ନୀଙ୍କ ଗର୍ଭାଶୟରେ ଛୁଆ ରହିଲାନି ବୋଲି ପତ୍ନୀଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଲା ସ୍ୱାମୀ । ଏଭଳି ଏକ ନୃଶଂସ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ନୌରେ । ଅଧିକାଂଶ ଦିନ ଏବେ ସେହି ଉତ୍ତରପ୍ରଦେଶରୁ ହିଁ ଆସୁଛି ଏଭଳି ଅମାନୁଷିକ ଖବର ।
ଲକ୍ଷ୍ନୌର ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା । ବିବାହକୁ ୬ ବର୍ଷ ବିତିଯାଇଥିବା ବେଳେ ସ୍ୱାମୀ (ରବିନ୍ଦ୍ର)ଙ୍କ ବାରମ୍ବାର ଚେଷ୍ଟା ସତ୍ତ୍ୱେ ପତ୍ନୀଙ୍କ ଗର୍ଭାଶୟର ରହୁନଥିଲା ଛୁଆ । ତେଣୁ ଅତି ନିଷ୍ଠୁର ଭାବେ ନିର୍ଯାତନା ଦେଉଥିଲା ସ୍ୱାମୀ । ପତ୍ନୀଙ୍କୁ ପଶୁ ଭଳି କରୁଥିଲା ଅତ୍ୟାଚାର । ପଶୁଙ୍କୁ ମାଡ଼ ମାରିବା ଭଳି ପତ୍ନୀଙ୍କୁ ମାଡ଼ ମାରୁଥିଲା ସ୍ୱାମୀ । ପରିବାରରେ ସବୁବେଳେ ଏଭଳି କଳହ ଲାଗି ରହୁଥିବାରୁ ଏବଂ ସ୍ୱାମୀଙ୍କ ଅତ୍ୟାଚାର ଅଧିକ ହେବାରୁ, ପତ୍ନୀ ଘର ଛାଡ଼ି ପଳାଇଥିଲେ । ଗତ ୮ ମାସ ହେବ ସେ ନିଜ ବାପ ଘରେ ରହି ଆସୁଛନ୍ତି ।
ଅଧିକ ପଢ଼ନ୍ତୁ: ୨୦ ବର୍ଷର ଯୁବତୀଙ୍କୁ ୫୧ ଥର ଭୁସି ହତ୍ୟା କଲା ଯୁବକ
ହେଲେ ଗତ ଡିସେମ୍ବର ୨୫ରେ ସ୍ୱାମୀ ପୁଣି ଥରେ ପତ୍ନୀଙ୍କ ନିକଟକୁ ଯାଇ ବୁଝା ବୁଝି କରି ଘରକୁ ଆଣିଥିଲେ । ହେଲେ କଥାରେ ଅଛି ନା ପ୍ରକୃତି ନୈବ ମୁଚ୍ୟତେ । ଠିକ୍ ସେମିତି ରବିନ୍ଦ୍ରଙ୍କ ପ୍ରକୃତି ପୁଣି ଥରେ ବାହାରିଥିଲା । ଆଉ ପତ୍ନୀଙ୍କୁ ଦେଇଥିଲେ ନିର୍ଯାତନା । ପତ୍ନୀଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହ ବ୍ଲେଡ୍ରେ କାଟିଦେଲେ ତାଙ୍କ ପ୍ରାଇଭେଟ୍ ପାର୍ଟ ।
ଏବେ ପୀଡ଼ିତା ଜଣକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Crime_1672207953.jpg)