Advertisment

Love Bird Suicide: ପ୍ରପୋଜାଲ୍‌ ଡେ’ରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!

ଶନିବାର ସନ୍ଧ୍ୟା ବେଳେ ପଦ୍ମାଙ୍କ ପରିବାର ଲୋକ କେଓମାଲ ଗାଁକୁ ଆସିଥିଲେ। ଆଉ ସାଥୀରେ ଝିଅକୁ ନେବା ପାଇଁ ଅଡି ବସିଥିଲେ। ହେଲେ ପଦ୍ମା ଯାଇନଥିଲେ। ଯାହାକୁ ନେଇ ପରିବାର ଭିତରେ ବିବାଦ ଦେଖାଦେଇଥିଲା।

ଅଦ୍ୟତନ ହୋଇଛି
Crime

Crime

Advertisment

ଏବେ ଚାଲିଛି ଭାଲେଣ୍ଟାଇନ୍‌ ସପ୍ତାହ। ଆଉ ଶନିବାର ଥିଲା ପ୍ରପୋଜାଲ୍‌ ଡେ’। ସେହିଦିନରେ ଚରମ ଚିଷ୍ପତ୍ତି ନେଲେ ପ୍ରେମି ଯୁଗଳ। ସଞ୍ଜୁଆ ରାତିରେ ଗଛରେ ଉଭୟ ଝୁଲିପଡ଼ିଲେ। ଛାଡ଼ିଗଲେ ନିଜର ଅଧୁରା ପ୍ରେମ କାହାଣୀ। ଆଉ ଏବେ ସେହି ଅଧୁରା ପ୍ରେମ କାହାଣୀର ଖିଅ ଖୋଜୁଛି ପୋଲିସ୍‌। ଏପରି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅଞ୍ଚଳରେ ଘଟିଛି।

Advertisment

ସଇଁତଳା ଥାନା ଟିକ୍ରାପଡ଼ାଫାଣ୍ଡି କେଓମାଲ ଗାଁର ଆକାଶ ଧରୁଆ ପାଟଣାଗଡ ଚୁଡ଼ାପାଲି ଗ୍ରାମର ପଦ୍ମା(ଛଦ୍ମନାମ)ଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ପଦ୍ମା ମଧ୍ୟ ଆକାଶଙ୍କୁ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଉଭୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ। ଶୁଣିବାକୁ ମିଳୁଛି କିଛି ଦିନ ତଳେ ପଦ୍ମାଙ୍କୁ ଧରି ଆକାଶ ନିଜ ଘରକୁ ଆସିଥିଲେ। ଉଭୟରେ ସେଠାରେ ରହୁଥିଲେ। କୌଣସି ସୂତ୍ରରୁ ଜାଣିପାରିଥିଲେ ପ୍ରେମିକାଙ୍କ ପରିବାର ଲୋକେ।

ଶନିବାର ସନ୍ଧ୍ୟା ବେଳେ ପଦ୍ମାଙ୍କ ପରିବାର ଲୋକ କେଓମାଲ ଗାଁକୁ ଆସିଥିଲେ। ଆଉ ସାଥୀରେ ଝିଅକୁ ନେବା ପାଇଁ ଅଡି ବସିଥିଲେ। ହେଲେ ପଦ୍ମା ଯାଇନଥିଲେ। ଯାହାକୁ ନେଇ ପରିବାର ଭିତରେ ବିବାଦ ଦେଖାଦେଇଥିଲା। ପଦ୍ମାଙ୍କ ପରିବାର ଲୋକେ ଆକାଶଙ୍କୁ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରି ଉଭୟ ଚରମ ନିଷ୍ପତ୍ତି ନେଲେ।

Advertisment

ହାତ ଧରାଧରି ହୋଇ ସନ୍ଧ୍ୟାରେ ଘରୁ ବାହାରି ଆସିଥିଲେ। ଆଉ ଘରଠାରୁ ଅଳ୍ପ ଦୂରରେ ବିଲ ମାଳ ଭିତରେ ଥିବା ଏକ ଗଛରେ ଉଭୟ ଗୋଟିଏ ଲୁଗାରେ ଝୁଲି ପଡ଼ିଥିଲେ। ଆକାଶଙ୍କ ମୃତଦେହ ଗଛରେ ଝୁଲିଥିବା ବେଳେ ପଦ୍ମା ତଳେ ପଡ଼ିଥିବା ବେଳେ ତାଙ୍କ ବେକରେ ଲୁଗା ଘୋଡ଼ା ଯାଇଥିବା ଦେଖିବାକୁ ମିଳିଥିଲା।

ଉଭୟଙ୍କ ମୃତଦେହ ଗଛରେ ଝୁଲୁଥିବା ଆଜି ସକାଳେ ଗାଁ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ସଇଁନ୍ତଳା ଥାନାକୁ ଖବର ଦେଇଥିଲେ। ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଯଦି ଉଭୟ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ, ତାହାହେଲେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ କାହିଁକି? ସତରେ ପ୍ରେମିକାଙ୍କ ପରିବାର ଲୋକ କଣ ଧମକଚମକ ଦେଇଥିଲେ? ପୋଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ ଏନେଇ ପ୍ରେମିକ ବା ପ୍ରେମିକାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Balangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ