ପୋଲିସ ଖାକି ତଳେ ଲୁଚିଗଲା ପ୍ରେମ । ଶାରୀରିକ ସମ୍ପର୍କ ରଖି ଠକିଦେଲେ ପୋଲିସ ବାବୁ । ଚାକିରି ପୂର୍ବରୁ ସବୁ ଠିକ୍ ଠାକ୍ ଥିଲା । ପ୍ରେମ କରି ଶାରୀରିକ ସଂପର୍କ ରଖିଲା, ହେଲେ ଚାକିରି ପାଇବା ପରେ ସବୁ ଭୁଲିଗଲେ ରସିକିଆ ଏସଆଇ । ପୀଡ଼ିତା ଜଣକ ସାଂସଦଙ୍କ ନିକଟରେ ଅଭିଯୋଗ କରିବାପରେ ବନ୍ଧା ହୋଇଛନ୍ତି ଏସଆଇ ବିଜୟ ସାହୁ । ତାଙ୍କୁ ବାଲିଆପାଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆସନ୍ତୁ ଜାଣିବା କେମିତି ଧୋକା ଦେଇଥିଲେ ରସିକିଆ ପୋଲିସ ବାବୁ ।
୨୦୧୭ରେ ଯୁବତୀ ଜଣକ ବାଲିଆପାଳ ଶାରୀରିକ ଶିକ୍ଷା ବିଦ୍ୟାଳୟରେ ବିପିଇଡି ପାଠ ପଢୁଥିଲେ । ସେହି ସମୟରେ ବଡ଼ତଳପଦା ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୁଅ ବିଜୟ କୁମାର ସାହୁ ସବ୍ ଇନିସପେକ୍ଟର ଟ୍ରେନିଂ ନେଉଥିଲେ । ଉଭୟଙ୍କ ମଧ୍ୟରେ ସେଠାରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ।
Also Read
ପ୍ରେମ ଆଗକୁ ବଢିବାପରେ କଥା ବିବାହ ଯାଏଁ ଗଲା । ପରେ ଉଭୟ ମନ୍ଦିରରେ ବିବାହ କରିବା ସହ ଶାରୀରିକ ସମ୍ପର୍କରେ ରହିଥିଲେ । ଆଉ ଚାକିରି ହେବା ପରେ ସ୍ତ୍ରୀ ହୋଇ ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଚାକିରି ହେବାପରେ ନିଜେ ଦେଇଥିବା ସିନ୍ଦୂର ବିଷୟରେ ସବୁ କିଛି ପାଶୋରି ଗଲେ ଏସଆଇ ବାବୁ । ଏମିତିକି ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ବାବୁ ତାଙ୍କୁ ଦୁଇ ଦୁଇ ଥର ଗର୍ଭବତୀ କରି ଗର୍ଭପାତ କରାଇଥିଲେ ।
ଯେଉଁ ପ୍ରେମ ମିଠା ଲାଗୁଥିଲା ତାହା ଚାକିରି ପାଇବା ପରେ ପିତା ଲାଗିବା ଆରମ୍ଭ ହୋଇଥିଲା । ମିଠା ପ୍ରେମ ପିତା ହେବାପରେ ସବୁ ଭୁଲିଗଲେ ପୋଲିସ ବାବୁ । ତେଣୁ ପୀଡ଼ିତା ପ୍ରଥମେ ଥାନାର ଦ୍ୱାରସ୍ଥ ହେଲେ । କିନ୍ତୁ, କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନିରୂପାୟ ହୋଇ ଯୁବତୀ ଜଣକ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଜଣାଇଥିଲେ । ଏହାପରେ ଗିରଫ ହୋଇଛି ଧୋକାବାଜ୍ ପ୍ରେମିକ ବିଜୟ ସାହୁ ।
ପୋଲିସର ବର୍ଦ୍ଦି ପିନ୍ଧି ସାଜିଥିଲେ ରକ୍ଷକ । ହେଲେ ପ୍ରେମ କାହାଣୀ ଶୁଣାଇଲା ଭକ୍ଷକର କାହାଣୀ । ପୋଲିସ ପ୍ରେମିକ ନାଁରେ ସାଂଘାତିକ ଅଭିଯୋଗ ପରେ ଏବେ ତଦନ୍ତ କରୁଛି ପୋଲିସ ।