Advertisment

ନିର୍ବାଚନୀ ପରବର୍ତ୍ତୀ ହିଂସା: ଏଭଳି ଘଟଣା କେବେ କଳ୍ପନା କରିନଥିବେ

ନାବାଳିକାର ମୃତଦେହକୁ ଧରି ରାସ୍ତା ଅବରୋଧ କରିଥିବାବେଳେ ଛାତିପଟା କାନ୍ଦରେ ଫାଟି ପଡୁଛି ସାରା ଇଲାକାା

Losing Woman Candidate In Bhadrak Attempts Suicide

Losing Woman Candidate In Bhadrak Attempts Suicide

Advertisment

ନା କେହି କେବେ ଶୁଣିଥିବେ! ନା କେହି କେବେ କଳ୍ପନା କରିଥିବେ। ଭଦ୍ରକ ପଦ୍ମପୁର ପଞ୍ଚାୟତରେ ଯାହା ଘଟିଯାଇଛି, ତାହା କେହି କେବେ ଆଶା ବି କରିନଥିବେ। ନଜର ପକାନ୍ତୁ, ଏ ଦୃଶ୍ୟ ଉପରେ। ନାଚଗୀତରେ ମସଗୁଲ୍ ସମସ୍ତେ। ଏ ହେଉଛି ପଦ୍ମପୁର ପଞ୍ଚାୟତର ବିଜୟୀ ସମିତିସଭ୍ୟ ପ୍ରାର୍ଥୀ ଏବଂ ସରପଞ୍ଚ ପ୍ରାର୍ଥୀ ଅଶୋକ ନାୟକଙ୍କ ପାଇଁ ଗତକାଲି ବାହାରିଥିବା ଶୋଭାଯାତ୍ରାର। କିନ୍ତୁ ଅଭିଯୋଗ ହେଉଛି, ଏହି ଶୋଭାଯାତ୍ରା ହିଁ କାଳ ସାଜିଛି। ପରାଜିତ ପ୍ରାର୍ଥିନୀ ସୁମତୀ ପରିଡ଼ାଙ୍କ ସ୍ୱାମୀ ରମାକାନ୍ତଙ୍କୁ ଶୋଭାଯାତ୍ରାବେଳେ ବିଜୟୀ ପ୍ରାର୍ଥୀମାନଙ୍କ ସମର୍ଥକମାନେ ଟାହିଟାପରା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

Advertisment

ଏହାକୁ ନେଇ ସୁମତୀ ଓ ସ୍ୱାମୀ ରମାକାନ୍ତ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେହି ଗଣ୍ଡଗୋଳରୁ ମାନସିକ ଭାରସାମ୍ୟ ହରାଇ ରମାକାନ୍ତ ଶୋଇବା ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବାବେଳେ ଏହା ଦେଖି ସୁମତି ବି ବିଷ ପିଇ ଦେଇଥିଲେ। ସୌଭାଗ୍ୟକୁ ସୁମତି ବଞ୍ଚିଯାଇଛନ୍ତି ସତ, କିନ୍ତୁ ଜୀବନ-ମରଣ ସହ ମେଡ଼ିକାଲରେ ସଂଘର୍ଷ କରୁଛନ୍ତି। ଘଟଣା ସଂପର୍କରେ ଏତଲା ପରେ ବାସୁଦେବପୁର ପୋଲିସ ଖୋଳତାଡ଼ କରୁଛି।

ଏଠି ଛାତ୍ରୀଟିଏ ଜୀବନ ହାରିଦେବା ପରେ ଶୋକରେ ବୁଡ଼ିଛି ଗାଁ। ନାବାଳିକାର ମୃତଦେହକୁ ଧରି ରାସ୍ତା ଅବରୋଧ କରିଥିବାବେଳେ ଛାତିପଟା କାନ୍ଦରେ ଫାଟି ପଡୁଛି ସାରା ଇଲାକାା ଏଇଠି ବି ସେହି ନିର୍ବାଚନୀ ଲିଙ୍କ୍। ହେଲେ ଅଭିଯୋଗ କିନ୍ତୁ ପୋଲିସ ବିରୋଧରେ। ସେଦିନ ଥିଲା ଫେବ୍ରୁୟାରୀ ୧୭। ରାତି ପାହିଲେ ଭୋଟ୍ ପଡ଼ିଥାନ୍ତା ତାପୂର୍ବଦିନ ଜଗତସିଂହପୁର ଜିଲ୍ଲା ପଲି ପଞ୍ଚାୟତ ହାବେଳି ଗାଁର କିଛି ଯୁବକ ମିଶି ଭୋଜି କରୁଥିଲୋ ଏହି ସମୟରେ ପୋଲିସ ଚଢ଼ାଉ କରିଥିବାବେଳେ ପୋଲିସ ଓ  ଗାଁ ଲୋକଙ୍କ ମଧ୍ୟରେ ଉପୁଜିଥିଲା ଖଣ୍ଡଯୁଦ୍ଧ।

Advertisment

ସେହି ଘଟଣାକୁ ନେଇ ପୋଲିସ୍ ଗାଁ ଲୋକଙ୍କ ବିରୋଧରେ ମାମଲା ରୁଜୁ ସହ ଗିରଫଦାରୀ ଜାରି ରଖିଥିଲା। ଏଭଳି ଗିରଫଦାରୀ ଭୟରେ ଗାଁ ଏବେ ବି ଜନଶୂନ୍ୟ ରହିଛି। ଘରେ ଘରେ ତାଟି କବାଟ ପଡ଼ିଛି। ତାହାରି ଭିତରେ ସବୁଦିନ ଭଳି ଗତ ରାତିରେ ପୋଲିସ ଆସି କବାଟ ବାଡ଼େଇଥିବାରୁ ଗିରଫ ଭୟରେ ଗାଁର ବର୍ଷା ନାଥ ନାମକ ଜଣେ ଯୁକ୍ତ ଦୁଇ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଜଗତସିଂପୁର ଏସଡିପିଓ ବେଆଇନ ଗିରଫଦାରୀ ଅଭିଯୋଗକୁ ଖଣ୍ଡନ କରିବା ସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ତଦନ୍ତ କରାଯାଉଥିବା କହିଛନ୍ତି। ପଞ୍ଚାୟତ ଭୋଟ୍  ସରିଗଲାଣି କିନ୍ତୁ ଏବେ ବି କେଉଁଠୁ କେଉଁଠୁ ଆସୁଛି ନିର୍ବାଚନୀ ହିଂସାର ଖବର।

ରିପୋର୍ଟ: କୀରିଟି ଦାସ, ରମାକାନ୍ତ ନାୟକ ଏବଂ ଶଶାଙ୍କ ଶେଖର ପଣ୍ଡା

Post Poll Violence Panchayat Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ