Advertisment

ଦୀପାବଳି ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା, ସଟର ତାଡି ଲୁଟିନେଲେ ୫ ଲକ୍ଷ ଟଙ୍କା

ରାଜଧାନୀରେ ପୁଣି ଲୁଟେରାଙ୍କ ଆତଙ୍କ। ରାତିଅଧରେ ସଟର ତାଡୁଛନ୍ତି, କଳକନା ବୁଲାଇ ଚାଲି ଯାଉଛନ୍ତି। କିଛିଦିନ ବ୍ୟବଧାନରେ ପୁଣି ଥରେ ଆରମ୍ଭ ହୋଇଛି ଲୁଟେରାଙ୍କ କାରନାମା। ଏଥର ଟାର୍ଗେଟରେ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳ।

Loot

Loot

Advertisment

ଦୀପାବଳି ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା । ମେଡିସିନ ଦୋକାନର ସଟର ତାଡି ଲୁଟିନେଲେ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ସୋମବାର ରାତି ସାଢେ ଗୋଟାଏ । ଶ୍ରମିକ ବେଶରେ ଲୁଚି ଲୁଚି ଆସିଲେ, କାଇଦାରେ କବାଟ ତାଡ଼ି ଭିତରେ ପଶି ଲୁଟିନେଲେ ନଗଦ ୫ ଲକ୍ଷ ଟଙ୍କା । ଭରତପୁର ଥାନା କଳିଙ୍ଗ ନଗର ଅଞ୍ଚଳର ମେଡିସିନ୍ ଦୋକାନ, ଯେଉଁଠି ଘଟିଛି ବଡ଼ ଧରଣର ଲୁଟ୍ । ତେବେ ଏହି ଲୁଟ୍‌ ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି ।

Advertisment

ସିସିଟିଭି ଭିଡିଓରେ କଏଦ ହୋଇଥିବା ଚିତ୍ରରେ ଦେଖିବାକୁ ମିଳୁଛି କି, ଦୁର୍ବୃତ୍ତମାନେ ମୁଁହ ଘୋଡାଇ ମେଡିସିନ ଷ୍ଟୋର ଭିତରେ ପଶି କ୍ୟାସ ବକ୍ସ ଅଣ୍ଡାଳୁଛନ୍ତି। ଆଉ ଏତେ ଗୁଡେ କ୍ୟାସ୍ ଦେଖି ବିକଳିଆ ହୋଇ ପକେଟ୍ ଭିତରେ ପୁଳା ପୁଳା କରି ପୁରାଇ ଚାଲିଛନ୍ତି । ସେପଟେ ମେଡିସିନ୍‌ ଦୋକାନରୁ ଲୁଟ୍ ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି ।

ଖାଲି ଏଇ ଗୋଟିଏ ଘଟଣା ନୁହେଁ, ପ୍ରତ୍ୟେକ ଦିନ ଏହି ଅଞ୍ଚଳରେ ଲୁଟେରା ଆତଙ୍କ ଖେଳାଉଥିବା ଲୋକଙ୍କ ଅଭିଯୋଗ । ଏମିତିକି ମହିଳା ଘରୁ ବାହାରିବାକୁ ବି ଡରୁଛନ୍ତି । କିଛିଦିନ ତଳେ ଜଣେ ବୟସ୍କ ମହିଳା ସକାଳୁ ତାଙ୍କ ଘର ଆଗରେ ଛିଡା ହୋଇଥିବା ବେଳେ ଲୁଟେରା ତାଙ୍କ ଠାରୁ ସୁନା ଚେନ ଝାଂପି ନେଇ ଯାଇଥିଲେ । ଯାହାର ଦୃଶ୍ୟ ବି ସିସିଟିଭିରେ କଏଦ ହୋଇଛି । ଉଭୟ ଘଟଣାରେ ଭରତପୁର ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ଲୁଟେରାଙ୍କ ଦୌରାତ୍ମ୍ୟ ବଢି ଚାଲିଥିବାବେଳେ ସୁରକ୍ଷାକୁ ନେଇ ଚିନ୍ତାରେ ଅଂଚଳବାସିନ୍ଦା ।

Advertisment

Commissionerate Police Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ