Lootera Arrested
କମିଶନରେଟ ପୋଲିସ କବଜାରେ ୪ ଡକାୟତ । ବ୍ୟବସାୟୀଙ୍କୁ ଲୁଟ୍ ମାମଲାରେ ୪ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଖୋର୍ଦ୍ଧା ପିତାପଲି ଛକରେ ବ୍ୟବସାୟୀଙ୍କ ନିକଟରୁ ଏହି ୪ ଲୁଟେରା ଲୁଟ୍ କରିଥିଲେ । ୪ ଲୁଟେରାଙ୍କୁ ଇମ୍ଫୋଭାଲି ପୋଲିସ ଗିରଫ କରିବା ସହ ତାଙ୍କ ନିକଟରୁ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଏଥିସହ ୩ଟି ଗାଡ଼ି ଏବଂ ମୋବାଇଲ ଜବତ ହୋଇଛି ।
ଅଧିକ ପଢ଼ନ୍ତୁ: କମିଶନରେଟ ପୋଲିସ କବଜାରେ ୪ ଡକାୟତ, ୯ ଲକ୍ଷରୁ ଅଧିକ ଟଙ୍କା ଜବତ
ସୂଚନା ଅନୁସାରେ ଗତ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଶାସ୍ତ୍ରୀନଗରର ଖୁଚୁରା ବ୍ୟବସାୟୀଙ୍କଠାରୁ ହୋଇଥିଲା ଲୁଟ୍। ବ୍ୟବସାୟୀ ଶମ୍ଭୁନାଥ ଓ ଧର୍ମେନ୍ଦ୍ର ରେଡ୍ଡୀ ଟଙ୍କା ନେଇ ଭୁବନେଶ୍ୱର ଫେରୁଥିବା ବେଳେ ଲୁଟର ଶିକାର ହୋଇଥିଲେ । ମାମଲାର ମୁଖ୍ୟ ଅଭିଯୁକ୍ତ ଜଣେ ହତ୍ୟା ଆସାମୀ । ତାକୁ ପୂର୍ବରୁ ମଧ୍ୟ ସଜ୍ଜା ହୋଇସାରିଛି। ତେବେ ସଜ୍ଜା ସରିବା ପରେ ଜେଲରୁ ମୁକୁଳି ହାଇୱେ ଲୁଟ୍ରେ ସାମିଲ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712320886.jpg)