ଲୁଟ୍ ପାଇଁ ଆସି ଆକ୍ରମଣ କଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲାରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଲୁଟ୍ କରିବାକୁ ଆସିଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୌଶଲ୍ୟା ପତି।
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନସ୍ଥ ବାଲିପଡିଆ ପଞ୍ଚାୟତ ତିଗିରିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍ କରିବାକୁ ଉଦ୍ୟମ କରିବାବେଳେ ତିଗିରିଆ ଗ୍ରାମର କୌଶଲ୍ୟା ପତି ଓ ତାଙ୍କ ଝିଅ ଘରେ ଥିଲେ ।
Also Read
ତେବେ ଲୁଟ୍ କରିବା ସମୟରେ ଦୁବୃର୍ତ୍ତମାନେ ମା ଏବଂ ଝିଅଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଦୁବୃର୍ତ୍ତଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି । ଝିଅ ଜୋରରେ ଚିତ୍କାର କରିବାରୁ ପଡ଼ୋଶୀ ଉଠି ଆସିଥିଲେ । ଏହି ସମୟରେ ଲୁଟେରାମାନେ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।