Advertisment

ପୋଲିସକୁ ବେଖାତିର୍ ! ATM କାଟି ଲୁଟିନେଲେ ସାଢ଼େ ୧୦ ଲକ୍ଷ ଟଙ୍କା

ସିସିଟିଭି ଉପରେ ସ୍ପ୍ରେ ମାରି ଚକମା ଦେଲେ ଲୁଟେରା । ଲୁଟେରାଙ୍କ ଉତ୍ପାତରେ ନାକେଦମ୍ ରାଜଧାନୀବାସୀ ।

undefined

Lootera

Advertisment

ରବିବାର ରାତିରେ ଲୁଟେରାଙ୍କ ନିଶାନା ପାଲଟିଛି ଲିଙ୍ଗରାଜ ଥାନା ଅଞ୍ଚଳ। ସ୍ଥାନୀୟ ହାଟସାହିର SBI ATMରୁ ଦୁର୍ବୃତ୍ତ ଲୁଟିନେଇଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା। ଗ୍ୟାସ୍ କଟରରେ ଏଟିଏମକୁ କାଟିବା ପରେ ପୁରା କ୍ୟାସ୍ ଚ୍ୟାମ୍ବରରେ କଳାକନା ବୁଲାଇ ଚଂପଟ୍ ମାରିଥିଲେ ଲୁଟେରା। ସିସିଟିଭିରୁ ବର୍ତ୍ତିବା ପାଇଁ ତା ଉପରେ କିଛି ଲିକୁଇଡ୍ ସ୍ପ୍ରେ କରିଥିଲେ।

Advertisment

ସେପଟେ ଲୁଟ୍ ଖବର ପାଇବା ପରେ ଖୋଦ୍ ଡିସିପି ଘଟଣା ସ୍ଥଳକୁ ଯିବା ସହ ଲୁଟେରାଙ୍କ ଲୁଟ୍ ଷ୍ଟାଇଲ ନେଇ ଅନୁଧ୍ୟାନ କରିଛନ୍ତି। ଏଥିସହ ଆଖପାଖରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରିଛନ୍ତି। ଗତ କିଛି ଦିନ ଧରି ରାଜଧାନୀରେ ଚାଲିଥିବା ଲୁଟପାଟ୍  ସହ ଏଟିଏମ୍ ଲୁଟରେ ରାଜ୍ୟ ବାହାର ଲୁଟେରା ଗ୍ୟାଙ୍ଗର ହାତ ଥିବା ପୋଲିସ ସନ୍ଦେହ କରୁଛି। ଲିଙ୍ଗରାଜ ମନ୍ଦିରଠାରୁ ମାତ୍ର ୨ ଶହ ମିଟର ଦୂରରେ ଥିବା SBI ଏଟିଏମ୍ ରୁ କିଭଳି ଲୁଟ୍ ହେଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଗୋଟିଏ ପରେ ଗୋଟିଏ ଲୁଟ୍ ସହ ସତେ ଯେମିତି ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଗତ କିଛି ଦିନ ମଧ୍ୟରେ ପାଖାପାଖି ୧୨ଟି ଆପାର୍ଟମେଣ୍ଟରୁ କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଚୋରି ମାମଲାରେ ପୋଲିସ୍ ର ହାତ ଏ ପର୍ଯ୍ୟନ୍ତ ଖାଲି। ନନ୍ଦନକାନନ ଅଞ୍ଚଳରେ ଦମ୍ପତିଙ୍କୁ ବାନ୍ଧି ସଶସ୍ତ୍ର ଡକାୟତି ମାମଲାରେ ମଧ୍ୟ ପୋଲିସ କାହାକୁ ପାଉନାହିଁ। ଏକାଧିକ ଲୁଟ୍ ମାମଲାରେ ଲୁଟେରା ସିଟିଭିରେ ନଜରକୁ ଆସିଥିଲେ ବି ପୋଲିସ୍ କିନ୍ତୁ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ।

Advertisment

ଏସବୁ କମିଶନରେଟ୍ ପୋଲିସର ମୁଣ୍ଡବଥା ପାଲଟିଥିବା ବେଳେ ଲୁଟେରା ଗ୍ୟାଙ୍ଗର ଏବେ ଟାର୍ଗେଟ୍ ପାଲଟିଛି ସରକାରୀ କ୍ୱାର୍ଟର। ରବିବାର ରାତିରେ ମଞ୍ଚେଶ୍ବର ଥାନା ଅଂଚଳରେ ଥିବା ରେଳବାଇ କଲୋନୀରେ ପସି କରିଛନ୍ତି ଲୁଟପାଟ। ଯେଉଁଥିରେ ଲୁଟେରାଙ୍କ ସମସ୍ତ କାରନାମା ସିସିଟିଭିରେ କଏଦ୍  ହୋଇଛି। ନା ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା କାମ କରୁଛି ନା ଧନଜୀବନ ସୁରକ୍ଷିତ ହୋଇପାରୁଛି। ଏବେ ଯେମିତି କ୍ୟାପିଟାଲ ସିଟିର ଗଳି କନ୍ଦିରେ ଚାଲିଛି ଲୁଟେରାଙ୍କ ରାଜ୍।

Loot Loot In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ