Advertisment

Loot in Niranjan Patnaik House: ଦୁଇଦିନ ବିତିଲା, ଟେର ପାଉନି ପୋଲିସ୍‌

ଶନିବାର ରାତିରେ ନିରଞ୍ଜନଙ୍କ ପୁଅ ଓ ବୋହୂ ସାତପଡ଼ା ଯାଇଥିଲେ। ଏହା ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶି ନଗଦ ଟଙ୍କା ସହ ୫୦ ଲକ୍ଷର ସୁନା ଗହଣା ଲୁଟି ନେଇଛି ଲୁଟେରା ଦୁର୍ବୃତ୍ତ।

Niranjan Patnaik

Niranjan Patnaik

Advertisment

ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ହୋଇଥିଲା। ଏହି ଘଟଣାକୁ ବିତିଲାଣି ୨ ଦିନ। ଚୋରିର ପୂରା ଚିତ୍ର ସିସିଟିଭିରେ କଏଦ ହୋଇଛି। ତଥାପି ଧରାପଡୁନି ମୁଖାପିନ୍ଧା ଲୁଟେରା। କୁଆଡେ ଗଲା ଚୋର, ଟେର୍ ପାଉନି ପୋଲିସ। ଲୁଟେରାକୁ ଧରିବାକୁ ଡିସିପିଙ୍କଠାରୁ ଆରମ୍ଭ କରି ପୋଲିସ କମିଶନର ନୟାନ୍ତ ହେଲେଣି।

Advertisment

ଶନିବାର ରାତିରେ ନିରଞ୍ଜନଙ୍କ ପୁଅ ଓ ବୋହୂ ସାତପଡ଼ା ଯାଇଥିଲେ। ଏହା ସୁଯୋଗ ନେଇ ବିଳମ୍ବିତ ରାତିରେ ଘରେ ପଶି ନଗଦ ଟଙ୍କା ସହ ୫୦ ଲକ୍ଷର ସୁନା ଗହଣା ଲୁଟି ନେଇଛି ଲୁଟେରା ଦୁର୍ବୃତ୍ତ। ରାତି ସାଢ଼େ ୨ ଟାରୁ ୩ ଟା ମଧ୍ୟରେ ଲୁଟେରା ଘରେ କଳାକନା ବୁଲାଇ ଚାଲି ଯାଇଥିବା ବେଳେ ଏ ସଂପର୍କରେ କିନ୍ତୁ ଟେର ପାଇ ପାରିଲେନି ଖୋଦ ନିରଞ୍ଜନ କିମ୍ବା ସିକ୍ୟୁରିଟି ଗାର୍ଡ।

Bhubaneswar Looted Crimes In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ