Advertisment

ସାମ୍ନାକୁ ଆସିଲା ରାଜଧାନୀ ଲଜ୍ଜାର ସାଂଘାତିକ ସତ; ଛୁରୀ ଦେଖାଇ ଶିଶୁକନ୍ୟା ସାମ୍ନାରେ ମା’କୁ ଦୁଷ୍କର୍ମ !

ରାଜଧାନୀରେ ଲୁଟେରାଙ୍କ ଲୋମଟାଙ୍କୁରା କାଣ୍ଡ । ଆପାର୍ଟମେଣ୍ଟରେ ଏଣ୍ଟ୍ରି ମାରିଲେ ମଧ୍ୟରାତିରେ । ପଶିଲେ ଫ୍ଲାଟରେ । ଖାଲି ଲୁଟିଲେନି ଗହଣା ଗାଣ୍ଠି, ବରଂ ଲୁଟିଲେ ମହିଳାଙ୍କ ଇଜ୍ଜତ ।

ଅଦ୍ୟତନ ହୋଇଛି
undefined

Gang Rape In Bhubaneswar Apartment

Advertisment

ରାଜଧାନୀର ଛାତି ଉପରେ ଗତ ରବିବାର ରାତିରେ ଯେଉଁ କାଣ୍ଡ ଘଟିଲା, ବୋଧହୁଏ କେହି କେବେ ଶୁଣିନଥିବେ। କାରଣ ପୂର୍ବରୁ ଚୋରି ପାଇଁ ଆପାର୍ଟମେଣ୍ଟରେ ଦୁର୍ବୃତ୍ତ ପଶୁଥିଲେ ସତ। କିନ୍ତୁ ଆପାର୍ଟମେଣ୍ଟରେ ପଶି ୨ ବର୍ଷର ଶିଶୁକନ୍ୟା ଆଗରେ ଏକୁଟିଆ ଥିବା ମହିଳାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରି ଯେ ଚମ୍ପଟ ମାରିବେ, ତାହା କଳ୍ପନା ବାହାରେ। ମୈତ୍ରୀବିହାର ଥାନା ଅଞ୍ଚଳରେ ସଂଘଟିତ ଗତ ୩ ଦିନ ତଳର ଏହି ଲୋମଟାଙ୍କୁରା ଅପରାଧ ଏବେ ସାମ୍ନାକୁ ଆସିବା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଧରି ଖୋଳତାଡ଼ କରୁଛି। ତା’ସହ NHRCରେ ପହଞ୍ଚିଛି ମାମଲା। 

Advertisment

ରାଜଧାନୀରେ ଲୁଟେରାଙ୍କ ଲୋମଟାଙ୍କୁରା କାଣ୍ଡ । ଆପାର୍ଟମେଣ୍ଟରେ ଏଣ୍ଟ୍ରି ମାରିଲେ ମଧ୍ୟରାତିରେ । ପଶିଲେ ଫ୍ଲାଟରେ । ଖାଲି ଲୁଟିଲେନି ଗହଣା ଗାଣ୍ଠି, ବରଂ ଲୁଟିଲେ ମହିଳାଙ୍କ ଇଜ୍ଜତ । ଶିଶୁକନ୍ୟା ସାମ୍ନାରେ ମା’କୁ ଦୁଷ୍କର୍ମ ଭଳି ଚାଞ୍ଚଲ୍ୟକର ଅଭିଯୋଗକୁ ନେଇ ହୁଲସ୍ତୁଲ ରାଜଧାନୀ ଭୁବନେଶ୍ବର। ଯିଏ ଶୁଣୁଛନ୍ତି ଆତଙ୍କିତ ହେଉଛନ୍ତି, ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।

ସେଦିନ ଥିଲା ରବିବାର ରାତି। ଶୂନଶାନ୍ ହୋଇଯାଇଥିଲା ସାରା ସହର। ନିଦରେ ଶୋଇଯାଇଥିଲେ ମୈତ୍ରୀବିହାର ଥାନା ଅଞ୍ଚଳର ଆପାର୍ଟମେଣ୍ଟ ବାସିନ୍ଦା। ସମୟ ରାତି ପ୍ରାୟ ୨ରୁ ଅଢ଼େଇଟା। ଏହି ଆପାର୍ଟମେଣ୍ଟର ଏକ ଫ୍ଲାଟରେ ଖୋଲାମେଲା ଥିବା ବାଲକୋନୀ ପଟୁ ପଶିଲେ ୨ ଦୁର୍ବୃତ୍ତ। ତୃତୀୟ ଅଭିଯୁକ୍ତ ଜଗିଥିଲା ଫ୍ଲାଟ୍ ବାହାରେ। ଆଉ ଘରେ ପଶି ମହିଳାଙ୍କୁ ଧମକ ଚମକ ଦେବା ସହ ଛୁରୀ ଦେଖାଇ ୨ ବର୍ଷିୟା ଶିଶୁକନ୍ୟା ସାମ୍ନାରେ ୨୯ ବର୍ଷିୟା ମହିଳାଙ୍କୁ ଦୁଇ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କଥା ଏତିକିରେ ସରିନି। ସଂପୃକ୍ତ ମହିଳାଙ୍କ କାନଫୁଲ ସହ ମୋବାଇଲ ଧରି ଚମ୍ପଟ ବି ମାରିଥିଲେ। ଏନେଇ ସଂପୃକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ମୈତ୍ରୀବିହାର ପୋଲିସ ମାମଲା ରୁଜୁ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ଖୋଳତାଡ଼ ଚଳାଇଛି।

Advertisment

ପୋଲିସ କମିଶନର କହିଛନ୍ତି, ଏହି ୩ ଅଭିଯୁକ୍ତ ଜଣେ ଜଣେ ଅଭ୍ୟାସଗତ ଅପରାଧୀ। ୨ ଜଣ ପୂର୍ବରୁ ରହୁଥିଲେ ଏହି ଆପାର୍ଟମେଣ୍ଟରେ, ଏବେ ବି ଜଣେ ରହୁଛି। ଏମାନେ କିଛିଦିନ ଧରି ସଂପୃକ୍ତ ମହିଳାଙ୍କୁ ଟ୍ରାକ୍ କରିବା ସହ ଭିଆଇଛନ୍ତି ଗଣଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ। ପରିବା କଟା ଛୁରୀ ଦେଖାଇ ଏମାନେ ଅପରାଧ ଭିଆଇଥିବା କହିଛନ୍ତି ପୋଲିସ କମିଶନର। 

କୁହାଯାଉଛି, ସଂପୃକ୍ତ ମହିଳା ହେଉଛନ୍ତି ସ୍ବାମୀ ପରିତ୍ୟକ୍ତା। ଏହି ଆପାର୍ଟମେଣ୍ଟରେ ସେ ଭଡ଼ାରେ ନିଜ ଝିଅ ସହ ଏକୁଟିଆ ରହୁଥିଲେ। ତେବେ ଆପାର୍ଟମେଣ୍ଟରେ କ’ଣ କୌଣସି ସୁରକ୍ଷାକର୍ମୀ ନଥିଲେ ? ଯଦି ଥିଲେ କେମିତି ଜାଣିପାରିଲେନି ? କାହିଁକି ସଂପୃକ୍ତ ମହିଳାଙ୍କୁ ଟାର୍ଗେଟ୍ କରିଥିଲେ ଦୁର୍ବୃତ୍ତ ? ରାତି ତମାମ କେହି କେମିତି ସୁରାଗ୍ ପାଇଲେନି ? କୁଆଡ଼େ ଗଲା କମିଶନରେଟ୍ ପୋଲିସର ନାଇଟ୍ ପାଟ୍ରୋଲିଂ ବ୍ୟବସ୍ଥା ? ଏଭଳି ନାନା ପ୍ରଶ୍ନ ଭିତରେ ଏହି ସମ୍ବେଦନଶୀଳ ଘଟଣା ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ପହଞ୍ଚିଛି। ମାନବାଧିକାର କର୍ମୀ ଜୟନ୍ତ ଦାସ ପ୍ରକୃତ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ NHRCର ଦ୍ବାରସ୍ଥ ହୋଇଥିବା କହିଛନ୍ତି।

Advertisment

ଏଯାଏଁ ମନରୁ ଲିଭିନି ଭରତପୁର କାଣ୍ଡ। ଯେଉଁ କାଣ୍ଡକୁ ନେଇ ଦେଶବ୍ୟାପି ହଲଚଲ୍ ହେଲା। ଯେଉଁଥିପାଇଁ ସାରା ପୋଲିସ ବିଭାଗରେ ଆମୂଳଚୂଳ ପରିବର୍ତ୍ତନ କଲେ ନୂଆ ସରକାର। ବଦଳିଗଲେ ସିପି, ଡିସିପି। ଆଉ ସେହି ଅଦଳବଦଳର ଘଡ଼ିସନ୍ଧି ରାତିରେ ହିଁ ଏତେବଡ଼ ଅଘଟଣ ଅଭିଯୋଗ ସାମ୍ନାକୁ ଆସିଥିବାବେଳେ ରାଜଧାନୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନବାଚୀ।    

Commissionerate Police Police Loot Gang Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ