Loot
Advertisment
ରାଜଧାନୀରେ ପୁଣି ମାତିଲେ ଲୁଟେରା । ଏଥର ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ । ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଥିବା ଶ୍ରୀକ୍ଷେତ୍ର ରେସିଡେନ୍ସି ଆପାର୍ଟମେଣ୍ଟରେ କଳାକନା ବୁଲାଇଛନ୍ତି ଲୁଟେରା । ଘର ତାଲା ପକାଇ ବରିଷ୍ଠ ନାଗରିକ ତ୍ରିଲୋଚନ ଦାସ ବଦ୍ରୀନାଥ ଯାଇଥିବା ବେଳେ ଘରେ କଳାକନା ବୁଲାଇଛି ଚୋରି । ୫ ଲକ୍ଷ ଟଙ୍କାର ସୁନା ଗହଣା ଓ ଆସବାବପତ୍ର ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି ।
Advertisment
ତେବେ ଚୋରି ବେଳର ଚିତ୍ର ସିସିଟିଭିରେ କଏଦ ହୋଇଛି । ଏକାଧିକ ଦୁର୍ବୃତ୍ତ ଏହି ଲୁଟ୍ରେ ସାମିଲ ଥିବା ସିସିଟିଭିରେ କଏଦ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Loot_1699959103.jpg)