Advertisment

murder in surat: ନିଶା ଦେଇ ଲୁଟିଲେ, ହତ୍ୟା କରି ଫିଙ୍ଗିଦେଲେ

ଉଭୟ ମୃତ ସନ୍ତୋଷ ଓ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ । ଏହି ଗ୍ୟାଙ୍ଗ ଲୋକଙ୍କ ସହ ବନ୍ଧୁତା କରିବାପରେ ନିଶା ଦେଇ ତାଙ୍କଠାରୁ ଲୁଟ କରିଥାନ୍ତି। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମଧ୍ୟ ଓଡ଼ିଶାରେ ଥିବା ପୋଲିସ ପକ୍ଷରୁ ସୂଚନା ।

ଅଦ୍ୟତନ ହୋଇଛି
murder in surat

murder in surat

Advertisment

ସୁରତରେ ନିଶା ଦେଇ ଲୁଟ ଓ ହତ୍ୟା କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ। ସୁରତରେ ଓଡିଆ ଲୋକ ଏଭଳି ଗ୍ୟାଙ୍ଗ ଚଳାଇଥିବା ଅଭିଯେ।ଗ ହେ।ଇଛି । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମଧ୍ୟ ଓଡ଼ିଶାରେ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ସୁରତରେ ଏକ ହତ୍ୟାକାଣ୍ଡର ତଦନ୍ତ କରୁ କରୁ ଏଭଳି ସାଂଘାତିକ ଖୁଲାସା ହେ।ଇଛି । ସୁରତରେ ସନ୍ତୋଷ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ପୋଲିସ ଏହାର ତନଘନା କରିଥିଲା। ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା।

ଅଧିକ ପଢନ୍ତୁ: ଲୁହରେ ଭିଜିଲା ରଜ, ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ !

ଉଭୟ ମୃତକ ସନ୍ତୋଷ ଓ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି। ସନ୍ତୋଷ ସୂତାକଳରେ କାମ କରୁଥିବବେଳେ ଦୁଇ ଅଭିଯୁକ୍ତଙ୍କ ସହ ତାଙ୍କର ବନ୍ଧୁତା ହେ।ଇଥିଲା । ଏହ।ପରେ ଦୁଇ ଅଭିଯୁକ୍ତ ସନ୍ତୋଷଙ୍କୁ ଲୁଟ ସହ ହତ୍ୟା କରିବାକୁ ଯେ।ଜନା କରିଥିଲେ ।

Advertisment

ଯେ।ଜନା ମୁତାବକ ସନ୍ତୋଷଙ୍କୁ ସ୍ଥାନୀୟ ଏକ ପଡିଆକୁ ଡାକିଥିଲେ। ସେଠାରେ ତାଙ୍କ ସହ କଥାବାର୍ତ୍ତା ହୋଇ ପାନୀୟରେ ନିଶା ମିଶାଇ ଦେଇଥିଲେ। ଏହାପରେ ଲୁଟ କରି ସନ୍ତେ।ଷଙ୍କୁ ହତ୍ୟା କରିଥିଲେ।

ପୋଲିସ ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ ଲୋକଙ୍କ ସହ ବନ୍ଧୁତା କରିବାପରେ ନିଶା ଦେଇ ତାଙ୍କଠାରୁ ଲୁଟ କରିଥାନ୍ତି। ...

Advertisment

ଅଧିକ ପଢନ୍ତୁ: ୪ ମାସର ଗର୍ଭବତୀଙ୍କୁ ହତ୍ୟା ! ସ୍ୱାମୀକୁ ଟେକିନେଲା ପୋଲିସ୍

Murder Odisha Surat Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ